ଭୁବନେଶ୍ୱର: ରଥଯାତ୍ରା ପୂର୍ବରୁ ଓଡ଼ିଶା ସରକାର ଗୁରୁବାର OPS (ଓଡ଼ିଶା ପୋଲିସ ସେବା) ଏବଂ OPS (JB) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ବିଭିନ୍ନ ଜିଲ୍ଲା ଏବଂ ବିଭାଗରେ ୭୯ ଜଣ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍ ପୋଲିସ (DSP) ରାଙ୍କ ଅଧିକାରୀଙ୍କୁ ବଦଳି କରିଛନ୍ତି।
୭୯ ଜଣ ଡିଏସପି ରାଙ୍କ ଅଧିକାରୀଙ୍କ ବଦଳି କଲେ ରାଜ୍ୟ ସରକାର। ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞିପ୍ତି ଜାରି ହୋଇଛି। ଭଦ୍ରକ ସିଟି ଡିଏସ୍ ପି ହେଲେ ସୁଧାଂଶୁ ଭୂଷଣ ଜେନା। ଶରତ ଚନ୍ଦ୍ର ପାତ୍ର ହେଲେ ଏସିପି, ପୋଲିସ କମିଶନରେଟ। ସେହିପରି ବିଜୟିନୀ ମଲ୍ଲଙ୍କୁ କମିଶନରେଟ ପୋଲିସରେ ଏସିପି ନିଯୁକ୍ତି ମିଳିଛି।
ସତ୍ୟରଞ୍ଜନ ପ୍ରଧାନଙ୍କୁ ପୋଲିସ କମିଶନରେଟ ଏସିପି ଦାୟିତ୍ବ ଦିଆଯାଇଛି। ବିଶ୍ବଜିତ ମନବୋଧା ମଧ୍ୟ ଏସିପି, ପୋଲିସ କମିଶନରେଟ ନିଯୁକ୍ତ ହୋଇଛନ୍ତି। ଅଭିମନ୍ୟୁ ନାୟକ ହେଲେ ଏସିପି, ପୋଲିସ କମିଶନରେଟ। ତ୍ରିପତି ଚୌଧୁରୀଙ୍କୁ ବ୍ରହ୍ମପୁର ଟ୍ରାଫିକ ଡିଏସ୍ ପି ଦାୟିତ୍ବ ଦିଆଯାଇଛି। ଲକ୍ଷ୍ମୀପୁର ଏସଡିପିଓ ହେଲେ ମନୋଜ କୁମାର ବେହେରା।
Comments are closed.