Latest Odisha News

ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ

ବାରିପଦା: ପ୍ରବଳ ବର୍ଷା ଯୋଗୁ ଜୁଲାଇ ୧ ପର୍ଯ୍ୟନ୍ତ ଶିମିଳିପାଳ ବନ୍ଦ। ଦିନବେଳା ବୁଲିପାରିବେନି ପର୍ଯ୍ୟଟକ। ପୂର୍ବରୁ ହୋଇଥିବା ବୁକିଂରେ କେବଳ ରାତ୍ରି ରହଣିକୁ ଅନୁମତି ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚାନ୍ଦ ଗୋଗିନେନୀ।

ତଥାପି ଏହି ସମୟରେ ଜାମୁଆନି, ଗୁରଗୁଡ଼ିଆ, କୁମାରୀ, ବରେହିପାଣି ଏବଂ ରାମତୀର୍ଥରେ ଇକୋଟୁରିଜିମ୍ କମ୍ପ୍ଲେକ୍ସ ପର୍ଯ୍ୟଟକଙ୍କ ପାଇଁ ଖୋଲା ରହିବ ବୋଲି ଜଣାପଡିଛି।

ଉଲ୍ଲେଖଯୋଗ୍ୟ, ଶିମିଳିପାଳ ଅଭୟାରଣ୍ୟ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ। ଯାହା ଏହାର ସମୃଦ୍ଧ ଜୈବ ବିବିଧତା ଏବଂ ବନ୍ୟପ୍ରାଣୀ ପାଇଁ ଜଣାଶୁଣା। ପାର୍କରେ ଅନେକ ଜଳପ୍ରପାତ ମଧ୍ୟ ରହିଛି। ଯେଉଁଥିରେ ବରେହିପାଣି ଜଳପ୍ରପାତ ମଧ୍ୟ ଅନ୍ତର୍ଭୁକ୍ତ, ଯାହା ଭାରତର ସର୍ବୋଚ୍ଚ ଜଳପ୍ରପାତ ମଧ୍ୟରୁ ଗୋଟିଏ।

 

Comments are closed.