ନୂଆଦିଲ୍ଲୀ: ଜୁଲାଇ ୨ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ କ୍ରିକେଟ ଟେଷ୍ଟ ଏଜବାଷ୍ଟନରେ ଖେଳାଯିବ । ଜୋ ରୁଟ ଏହି ମ୍ୟାଚରେ ରାହୁଲ ଡ୍ରାଭିଡ ଓ ଜ୍ୟାକ୍ସ କାଲିସଙ୍କୁ ପଛରେ ପକାଇ ପାରନ୍ତି । ସେ ଯଦି ୨୦୨ ରନ କରିବେ ତେବେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ହାସଲରେ ଉପରୋକ୍ତ ଦୁଇ ମହାନ ଖେଳାଳିଙ୍କୁ ପଛରେ ପକାଇଦେବେ । ଡ୍ରାଭିଡ ୧୬୪ ଟେଷ୍ଟରେ ୧୩୨୮୮ ଓ କାଲିସ ୧୬୬ ଟେଷ୍ଟରେ ୧୩୨୮୯ ରନ କରିଛନ୍ତି । ରୁଟ ଏବେ ଏହି ତାଲିକାରେ ୫ମ ସ୍ଥାନରେ ଅଛନ୍ତି । ସେ ୧୫୪ ଟେଷ୍ଟରେ ୧୩୦୮୭ ରନ ସଂଗ୍ରହ କରି ନେଇଛନ୍ତି । କାଲିସ ଓ ଡ୍ରାଭିଡଙ୍କୁ ପଛରେ ପକାଇଲେ ରୁଟ ତୃତୀୟ ସ୍ଥାନକୁ ଉନ୍ନୀତ ହେବେ ।
ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ ସଂଗ୍ରହରେ ସଚିନ ତେନ୍ଦୁଲକର ଏବେ ବି ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ୧୫୯୨୧ ରନ ସଂଗ୍ରହ କରିଛନ୍ତି । ତାଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ରିକି ପଂଟିଂଙ୍କ ଅଛନ୍ତ । ସେ ୧୩ ୩୭୮ ରନ ସଂଗ୍ରହ କରିଥିଲେ । ବିରାଟ କୋହଲି ଅବସର ନେବା ପରେ ଏବେ ରୁଟଙ୍କ ନିକଟରେ ଶୀର୍ଷ ସ୍ଥାନ ହାସଲ କରିବା ସୁଯୋଗ ରହିଛି ।
Comments are closed.