Latest Odisha News

BREAKING NEWS

ୟୁଏଇରେ ଖେଳାଯିବ ଏସିଆ କପ କ୍ରିକେଟ: ରିପୋର୍ଟ

ନୂଆଦିଲ୍ଲୀ : ଏସିଆ କପ କ୍ରିକେଟ ସେପ୍ଟେମ୍ବର ୫ରୁ ୟୁଏଇରୁ ଆରମ୍ଭ ହୋଇପାରେ । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଏହାର ଫାଇନାଲ ମ୍ୟାଚ ସେପ୍ଟେମ୍ବର ୨୧ରେ ଖେଳାଯିବ । ଗ୍ରୁପ ଷ୍ଟେଜ ଓ ସୁପର ୪ ଫର୍ମାଟ ବିଚାରକୁ ନେଲେ ଭାରତ ଓ ପାକିସ୍ତାନ ମଧ୍ୟରେ ୨ ଥର ମୁକାବିଲା ହେବ । ସେପ୍ଟମ୍ବର ୭ରେ ପ୍ରଥମ ମ୍ୟାଚ ଏବଂ ଦୁଇ ଦଳ ସୁପର ୪କୁ ଗଲେ ୧୪ରେ ଆଉ ଏକ ମୁକାବିଲା ଖେଳିବେ । ୧୭ ଦିନ ଧରି ହେବାକୁ ଥିବା ଏହି ଟୁର୍ଣ୍ଣାମେଂଟରେ ୬ଟି ଟିମ ଅଂଶଗ୍ରହଣ କରିବେ । ଏଥର ଏହି ଟୁର୍ଣ୍ଣାମେଂଟ ଟି୨୦ ଫର୍ମାଟରେ ଖେଳାଯିବ । ୨୦୨୭ରେ ପାକିସ୍ତାନରେ କିନ୍ତୁ ଏହା ଦିନିକିଆ ଫର୍ମାଟରେ ଖେଳାଯିବ ।

୨୦୨୯ରେ ବାଂଲାଦେଶ ଓ ୨୦୩୧ରେ ଶ୍ରୀଲଙ୍କାରେ ଏହା ଆୟୋଜିତ ହେବ । ଏସିଆନ କ୍ରିକେଟ କାଉନସିଲ ଖୁବ ଶୀଘ୍ର ଟୁର୍ଣ୍ଣାମେଂଟର ତାରିଖ ବିଧିବଦ୍ଧ ଭାବେ ଘୋଷଣା କରିବ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ଭାରତ ଏହାର ଆୟୋଜକ ଥିବାରୁ ପାକିସ୍ତାନ ତାର ସମସ୍ତ ମ୍ୟାଚ ହାଇବ୍ରିଡ ମଡେଲରେ ନିରପେକ୍ଷ ସ୍ଥାନରେ ଖେଳିବ । ୟୁଏଇରେ ଏବେ ମ୍ୟାଚ କରିବା ପାଇଁ ବିସିସିଆଇ ନିଷ୍ପତି ନେଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।

Comments are closed.