Latest Odisha News

BREAKING NEWS

ଜାନୁଆରୀ ୧ରୁ ଶ୍ରମ ମନ୍ତ୍ରାଳୟ ଲାଗୁ କରିବ ପେନସନ ‘କମ୍ୟୁଟେସନ’ ସୁବିଧା

ନୂଆଦିଲ୍ଲୀ: ଶ୍ରମ ମନ୍ତ୍ରାଳୟ କର୍ମଚାରୀ ଭାବିଷ୍ୟନିଧି ସଂଗଠନ (ଇପିଏଫଓ) ର କର୍ମଚାରୀ ପେନସନ ଯୋଜନା ରେ ପେନସନ ରାଶୀ ରେ ଏକକ ଆଂଶିକ ରାଶୀ କାଢ଼ିବା ବା ‘କମ୍ୟୁଟେସନ’ ର ସୁବିଧା ଆସନ୍ତା ଜାନୁୟାରୀ ଠାରୁ ଏହି ସୁବିଧା ମିଳିବ | ଏହି ପଦକ୍ଷେପ ଦ୍ୱାରା ୬.୩ ଲକ୍ଷ ପେନସନଭୋଗୀ ଉପକୃତ ହେବେ |

ଜାତୀୟ ଗଣମାଧ୍ୟମ ସୂତ୍ର ଅନୁସାରେ, ଏହି ୬.୩ ଲକ୍ଷ ପେନସନଭୋଗୀ ମାନେ ନିଜର ପେନସନ ଜମା ବିକଳ୍ପ ଦେଇଥିଲେ ଓ ୨୦୦୯ ର ପୁର୍ବରୁ ଅବସର ସମୟରେ ସେମାନେ ପେନସନ ଜମାରୁ କାଢ଼ିବା ପାଇଁ ଥିବା ପ୍ରାବଧାନ କୁ ପେରାଇ ନେଇଥିଲେ |

ବିଶେଷ ସୂତ୍ରରେ କୁହାଯାଇଛି ଯେ, ‘ଶ୍ରମ ମନ୍ତ୍ରାଳୟ କର୍ମଚାରୀ ପେନସନ ଯୋଜନା( (ଇପିଏସ) ଅନୁସାରେ ପେନସନ ‘ କମ୍ୟୁଟେସନ’ ସୁବିଧା ଲାଗୁକରିବାପାଇଁ ଇପିଏଫଓ ର ନିର୍ଣ୍ଣୟ ର ଲାଗୁକରିବା କୁ ନେଇ ଏକ ଜାନୁଆରୀ ୨୦୨୦ କୁ ଅଧିସୂଚନା ଜାରିକରିବ | ଏହି ସୁବିଧା ଅନୁସାରେ ପେନସନଧାରକ କୁ ଅଗ୍ରୀମ ରେ ପେନସନ ର ଏକ ଭାଗ ଦେଇଦିଆଯିବ | ଏହା ପରେ ଆଗାମୀ ୧୫ ବର୍ଷ ପାଇଁ ତାଙ୍କ ମାସିକ ପେନସନ ରେ ଏକ ତୃତୀୟାଂଶ ରେ କଟାଯାଏ | ୧୫ ବର୍ଷ ପରେ ପେନସନଭୋଗୀ ସମ୍ପୂର୍ଣ୍ଣ ପେନସନ ନେବାପାଇଁ ହକଦାର ହେବେ |

ଇପିଏଫଓର ନିର୍ଣ୍ଣୟ ନେବାପାଇଁ ଶୀର୍ଷ ଆପେକ୍ସ କେନ୍ଦ୍ରୀୟ ନ୍ୟାସ ବୋର୍ଡ ୨୧ ଅଗଷ୍ଟ ୨୦୧୯ ରେ ହୋଇଥିବା ବୈଠକରେ ଏହି ସୁବିଧା ର ଲାଭ ନେବାପାଇଁ ୬.୩ ଲକ୍ଷ ପେନସନଭୋଗୀ ଙ୍କୁ ‘କମ୍ୟୁଟେସନ’ ପ୍ରାବଧାନ ରଖିବା ପାଇଁ ଥିବା ପ୍ରସ୍ତାବ କୁ ମଞ୍ଜୁରୀ ଦେଇଥିଲେ | କେନ୍ଦ୍ରୀୟ ନ୍ୟାସ ବୋର୍ଡର ଅଧ୍ୟକ୍ଷ ଶ୍ରମମନ୍ତ୍ରୀ ଅଟନ୍ତି | ଇପିଏଫଓ ର ଏକ ସମିତି ଆଂଶିକ ବାହାର କରିବାର ୧୫ ବର୍ଷ ପରେ ପେନସନ ରାଶୀ ବାହାର କରିବାକୁ ନେଇ ଇପିଏଫଓ-୯୫ରେ ସଂଶୋଧନ ପାଇଁ ସୁପାରିସ କରିଥିଲେ |

ପେନସନ ‘ କମ୍ୟୁଟେସନ’ କୁ ଆରମ୍ଭ କରିବାକୁ ଦାବୀ କରିଥିଲେ | ପର୍ବରୁ, ଇପିଏସ-୯୫ ସଦସ୍ୟମାନଙ୍କୁ ୧୦ ବର୍ଷ ପାଇଁ ଏହି ପେନସନ ରୁ ଏକ ତୃତୀୟାଂଶ କାଢ଼ିବାକୁ ଅନୁମତି ଥିଲା | ଏହାକୁ ୧୫ ବର୍ଷ କରାଯାଇଛି | ଏହି ସୁବିଧା ସରକାରୀ କର୍ମଚାରୀଙ୍କ ପାଇଁ ପ୍ରଥମରୁ ଚାଲିଆସୁଛି|

Leave A Reply

Your email address will not be published.