Latest Odisha News

BREAKING NEWS

ଆଜିଠୁ ସବୁଦିନ ଚଳାଚଳ କରିବ ରାଜ୍ୟରାଣୀ ଏକ୍ସପ୍ରେସ, ଜାଣନ୍ତୁ କାହିଁକି

ଭୁବନେଶ୍ୱର: ଯାତ୍ରୀମାନଙ୍କର ସୁବିଧା ସୁଯୋଗ ପାଇଁ ରେଳବାଇ ପକ୍ଷରୁ ରାଉରକେଲା-ଗୁଣୁପୁର-ରାଉରକେଲା ରାଜ୍ୟରାଣୀ ଏକ୍ସପ୍ରେସ୍ ଦୈନିକ ତଥା ସପ୍ତାହ ଯାକ ଚଳାଚଳ କରିବ । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ସୂଚନା ମିଳିଛି ।

ରେଲୱେର ସୂଚନାନୁଯାୟୀ ୨୮.୧୨.୧୯ରିଖ ତଥା ଶନିବାର ଠାରୁ ଏହି ଟ୍ରେନ୍ ସପ୍ତାହର ସବୁଦିନ ଚଳାଚଳ କରିବ । ଜାଣନ୍ତୁ, କ’ଣ ରହିଛି ଟ୍ରେନର ସମୟ ସାରଣୀ ଓ ଷ୍ଟପେଜ୍…

୨୦୧୧ ମସିହା ଠାରୁ ଏହି ଟ୍ରେନ୍ ସପ୍ତାହକୁ ୩ ଦିନ ଝାରସୁଗୁଡା ଓ ଭୁବନେଶ୍ୱର ଚଳାଚଳ ଆରମ୍ଭ କରିଥିଲା । ୨୦୧୨ ମସିହାରେ ଏହି ରାଜ୍ୟରାଣୀ ଏକ୍ସପ୍ରେସର ଚଳାଚଳକୁ ରାଉରକେଲା ଯାଏଁ ସମ୍ପ୍ରସାରିତ କରାଯାଇଥିଲା । ପରେ ୨୦୧୭ ମସିହାରେ ଭାୟା ପାରଳାଖେମୁଣ୍ଡି ଦେଇ ଗୁଣୁପୁରକୁ ସମ୍ପ୍ରସାରଣ କରାଯାଇଥିଲା । ଯାହାଫଳରେ ଏହା ରାଉରକେଲା, ଭୁବନେଶ୍ୱର ସହିତ ଗଜପତି ଓ ରାୟଗଡା ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସହରକୁ ସଂଯୋଗ କରିପାରିଥିଲା ।

ପରବର୍ତ୍ତୀ ସମୟରେ ଯାତ୍ରୀମାନଙ୍କର ଦାବିକୁ ନଜରରେ ୨୦୧୯ ମସିହା ମାର୍ଚ୍ଚରେ ଏହାକୁ ସପ୍ତାହରେ ୬ଦିନ ଚଳାଚଳ କରିବାମୁ ଅନୁମତି ମିଳିଥିଲା ।

ଏହି ଟ୍ରେନ୍ ରାଉରକେଲାରୁ ରାତି ପ୍ରାୟ ୨୧.୨୦(୯ଟା ୨୦ମି.)ରେ ଛାଡିବା ସହ ତା’ ପରଦିନ ୧୩.୩୫(୧ଟା ୩୫ମି.)ରେ ପହଞ୍ଚିବ । ସେହିପରି ଗୁଣୁୁରରୁ ଟ୍ରେନ୍ ୧୫.୧୫(୩ଟା୧୫ମି.)ରେ ବାହାରି ରାଉରକେଲାରେ ତା’ ପରଦିନ ୮ଟାରେ ପହଞ୍ଚିବ ।

ଏହି ରାଜ୍ୟରାଣୀ ଏକ୍ସପ୍ରେସ୍ କାଂଶବାହାଲ୍, ରାଜଗାଙ୍ଗପୁର,ଗରପୋଷ, ବାମଡା, ବାଗଡିହ, ଝାରସୁଗୁଡା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢାଖୋଲ୍, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ୍, ଡେଙ୍କାନାଳ, କଟକ, ଭୁବନେଶ୍ୱର, ଖୋର୍ଦ୍ଧାରୋଡ୍, ନିରାକାରପୁର, ବାଲୁଗାଁଓ, ଛତ୍ରପୁର, ବ୍ରହ୍ମପୁର, ଇଚ୍ଛାପୁରମ୍, ସୋମପେଟା, ପଲାସା, ନୂଆପଡା, ପାରଳାଖେମୁଣ୍ଡା, ରାଉରକେଲା ଓ ଗୁଣୁପୁର ଆଦିରେ ଷ୍ଟପେଜ୍ ରହିବ ।

Leave A Reply

Your email address will not be published.