Latest Odisha News

ନଷ୍ଟ ହୋଇଗଲା ମହାକାଶରେ କବର ପାଇବା ସ୍ୱପ୍ନ

ନୂଆଦିଲ୍ଲୀ: ଜର୍ମାନୀର ଏକ ଷ୍ଟାର୍ଟଅପ କମ୍ପାନୀ ମହାକାଶରେ କବର ଦେବ ବୋଲି ବିଜ୍ଞାପନ ଦେଇଥିଲା । ପ୍ରାରମ୍ଭିକ ପର୍ଯ୍ୟାୟରେ ଏଥିରେ ୧୬୬ ଜଣ ରାଜି ହୋଇଥିଲେ । ମୃତ୍ୟୁ ପରେ ପରିବାର ସଦସ୍ୟ ସେମାନଙ୍କ ଅସ୍ଥି ଓ ଅନ୍ୟ ଅବଶେଷ କମ୍ପାନୀକୁ ପ୍ରଦାନ କରିଥିଲେ । କମ୍ପାନୀ ଏକ କ୍ୟାପସୁଲ ମଧ୍ୟରେ ଏହାକୁ ରଖି ମହାକାଶକୁ ପଠାଇଥିଲେ । ପୃଥିବୀ ଚାରିପଟେ ଦୁଇ ଥର ବୁଲିବା ପରେ ଏହି କ୍ୟାପସୁଲରେ ବୈଷୟିକ ତ୍ରୁଟି ଦେଖିବାକୁ ମିିଳିଥିଲା । ପରେ କ୍ୟାପସୁଲଟି ପ୍ରଶାନ୍ତ ମହାସାଗର ମଧ୍ୟକୁ ଖସି ପଡିଥିଲା । ଏହାକୁ ପ୍ରସ୍ତୁତ କରିଥିବା କମ୍ପାନୀ ଏକ୍ସପ୍ଲେରେଶନ ଏ ସମ୍ପର୍କରେ ସୋସିଆଲ ମିଡିଆରେ ଜଣାଇଥିଲେ । ଆମକୁ ଆଂଶିକ ସଫଳତା ମିଳିଛି ।

ଆଗାମୀ ଦିନରେ ଆମେ ଏହି ମିଶନରେ ସଫଳ ହେବୁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏହି ଦୁର୍ଘଟଣା ପାଇଁ କମ୍ପାନୀ ଗ୍ରାହକଙ୍କ ପରିବାରକୁ କ୍ଷମା ମାଗିଛନ୍ତି । ସେମାନେ ଏକ ସ୍ୱପ୍ନ ପୂରଣ କରିବା ଆଶାରେ ପରିଜନଙ୍କ ଅବଶେଷ ଆମକୁ ଦେଇଥିଲେ । ଆମେ ସମ୍ପୂର୍ଣ୍ଣ ଘଟଣା ନେଇ ଦୁଃଖୀତ । ଲଂଚରରୁ ଅଲଗା ହେବା ପରେ କ୍ୟାପସୁଲ ମହାକାଶରେ ଠିକ କକ୍ଷପଥରେ ବୁଲୁଥିଲା । ହଠାତ ଏହା ବ୍ଲାକଆଉଟ ହୋଇ ଯାଇଥିଲା । କିଛି ସମୟ ପରେ ପୃଥିବୀ ଆଡକୁ ପ୍ରତ୍ୟାବର୍ତନ କରିବା ଦୁର୍ଘଟଣାଗ୍ରସ୍ତ ହୋଇ ପଡିଥିଲା ।

Comments are closed.