ମୁମ୍ବାଇ: ସଲମାନ ଖାନ ଓରଫ ବଲିଉଡ ଭାଇଯାନ ଏହି ଦିନ ମାନଙ୍କରେ ଅନେକ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ପୁଣି ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି ସଲମାନ । ତାଙ୍କର ଆଗାମୀ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’କୁ ନେଇ ସେ ବହୁତ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରଥମ ପୋଷ୍ଟର ଆସିବା ପରଠାରୁ ଫ୍ୟାନ୍ସମାନେ ଏହାର ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନିକଟରେ ଏହି ଫିଲ୍ମରୁ ସଲମାନ ଖାନଙ୍କ ଏକ ଲୁକ୍ ପ୍ରକାଶ ପାଇଛି। ଏବେ ପୁଣିଥରେ ସଲମାନ ଏକ ନୂତନ ଫଟୋ ସେୟାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ଯାହା ପରେ ଲୋକମାନେ ସୁପରଷ୍ଟାରଙ୍କୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଭାଇଜାନଙ୍କ ଏହି ନୂଆ ଲୁକ୍ ଇଣ୍ଟରନେଟରେ ହଇଚଇ ସୃଷ୍ଟି କରିଛି।
ଏହି ନୂତନ ଫଟୋରେ ବଲିଉଡ ସୁପରଷ୍ଟାର ସଲମାନ ଖାନ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏହି ଫଟୋରେ, ଅଭିନେତା ହାଲୁକା ନିଶ ଦାଢ଼ି ସହିତ କଳା ଚଷମା ପିନ୍ଧିଥିବାର ଦେଖାଯାଉଛି। ବର୍ତ୍ତମାନ ଏହି ନୂତନ ଲୁକ୍ ରିଲିଜ୍ ହେବା ପରେ, ଲୋକମାନେ ଅନୁମାନ କରୁଛନ୍ତି ଯେ ହୁଏତ ଫିଲ୍ମର ସୁଟିଂ ଚାଲିଛି, ତେଣୁ ଭାଇଜାନଙ୍କୁ ଏହି ଲୁକରେ ଦେଖିବାକୁ ମିଳିଛି । ଫଟୋରେ ସଲମାନ ଖାନ ଏକ ଗ୍ରେ ରଙ୍ଗର ଜ୍ୟାକେଟ ପିନ୍ଧିଥିବାର ଦେଖାଯାଉଛି । ସେ ଲୁକକୁ ପୂର୍ଣ୍ଣ କରିବା ପାଇଁ ତାଙ୍କ ବେକରେ ଏକ ରୂପା ଚେନ ପିନ୍ଧିଛନ୍ତି । ସଲମାନଙ୍କ ଏହି ଫଟୋକୁ ପ୍ରଶଂସକ ଏବଂ ତାଙ୍କ ପ୍ରିୟଜନଙ୍କଠାରୁ ବହୁତ ଭଲ ପାଇବା ମିଳିଛି । ବିଶେଷ କଥା ହେଉଛି ଯେ ମେଗାଷ୍ଟାର ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ଫଟୋକୁ ସେୟାର କରିଛନ୍ତି, ହେଲେ ଏଥିରେ କୌଣସି କ୍ୟାପସନ ଦିଆଯାଇ ନାହିଁ। ଯାହାକୁ ନେଇ ଫ୍ୟାନ୍ସଙ୍କ ସସପେନ୍ସ ବେଶୀ ବଢିଛି ।
ତେବେ ‘ସିକନ୍ଦର’ ପରେ, ସଲମାନ ଖାନ ପୁଣି ଥରେ ତାଙ୍କର ନୂତନ ଆକ୍ସନ ଫିଲ୍ମ ସହିତ ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିବାକୁ ପ୍ରସ୍ତୁତ ହେଉଛନ୍ତି। ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ମୋଷ୍ଟ ଆୱେଟେଡ୍ ଫିଲ୍ମ ‘ବ୍ୟାଟଲ୍ ଅଫ୍ ଗାଲୱାନ୍’ର ମୋସନ୍ ପୋଷ୍ଟର ନିକଟରେ ରିଲିଜ୍ ହୋଇଥିଲା, ଯେଉଁଥିରେ ସଲମାନଙ୍କ ବହୁତ ଶକ୍ତିଶାଳୀ ଲୁକ୍ ଦେଖିବାକୁ ମିଳିଥିଲା। ଏଥିରେ ସଲମାନଙ୍କ ମୁହଁରେ ରକ୍ତ ଚିହ୍ନ, ବଡ଼ ବଡ଼ ନିଶ ଏବଂ ଆଖିରେ ଦେଶପ୍ରେମର ଚମକ ଦୃଶ୍ୟମାନ ହୋଇଥିଲା। ଫିଲ୍ମର କାହାଣୀ ୨୦୨୦ ମସିହାରେ ଗାଲୱାନ୍ ଭ୍ୟାଲିରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ବିପଦପୂର୍ଣ୍ଣ ସଂଘର୍ଷ ଉପରେ ଆଧାରିତ । ଯାହାକୁ ଏବେ ଚାତକ ଭଳି ଚାହିଁ ରହିଛନ୍ତି ଫ୍ୟାନ୍ସ ।
Comments are closed.