Latest Odisha News

BREAKING NEWS

ହଇଚଇ ସୃଷ୍ଟି କରିଛି ‘ବୋଉ ବୁଟୁ ଭୂତ’: ବଲିଉଡର ଏହି ସିନେମାକୁ ପଛରେ ପକାଇଲା….

ଭୁବନେଶ୍ବର: ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଧମାକା ରଚିଛି । ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ଭାବେ ଓଡିଆ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ବଲିଉଡ ଡାଇରିରେ ବି ସିନେମାକୁ ବୟରେ ପଛରେ ପକାଇଛି । ତାହା ପୁଣି କୋଉ ଏମିତି ସେମିତି ସିନେମା ନୁହେଁ, ଭିକି କୌଶଲଙ୍କ ଛାଭାକୁ ପଛରେ ପକାଇ ଦେଇଛି ଓଡିଆ ହରର କମେଡି ଫିଲ୍ମ ‘ବୋଉ ବୁଟୁ ଭୂତ’ ।

କୋଇମୋଇ ରିପୋର୍ଟ ଅନୁଯାୟୀ, ବୋଉ ବଟୁ ଭୂତ ୨୫ ଦିନରେ ୧୫.୧୦ କୋଟିର ନେଟ୍ କଲେକ୍ସନ କରିଛି। ସେହି ସମୟରେ, ଫିଲ୍ମଟି ୧୭.୮୧ କୋଟି ଆୟ କରିଛି। ଏହି ଫିଲ୍ମଟି ଓଡ଼ିଆ ସିନେମାରେ ଅନେକ ନୂତନ ରେକର୍ଡ ସ୍ଥାପନ କରିଛି । ଯାହା ୧୦ କୋଟି ଅତିକ୍ରମ କରିଥିବା ପ୍ରଥମ ଓଡିଆ ସିନେମା । ବର୍ତ୍ତମାନ ୧୫ କୋଟିରୁ ଅଧିକ ଆୟ ସହିତ, ଫିଲ୍ମଟି ଲଗାତାର ନୂତନ ରେକର୍ଡ ସୃଷ୍ଟି କରୁଛି।

ଏହି ଫିଲ୍ମଟି ୨ ରୁ ୩ କୋଟି ବଜେଟରେ ନିର୍ମିତ ହୋଇଥିବା ବେଳେ ନିର୍ମାତାମାନେ ୨୫ ଦିନରେ ୧୨-୧୩ କୋଟି ଟଙ୍କା ରିଟର୍ଣ୍ଣ ପାଇଛନ୍ତି। ଯାହାକି ନିବେଶ ଉପରେ ରିଟର୍ଣ୍ଣ ୪୦୩.୩୩ ପ୍ରତିଶତରେ ପହଞ୍ଚିଛି। ଯାହା ବିକି କୌଶଲଙ୍କ “ଛାଭା” ରେକର୍ଡ ଭାଙ୍ଗିଛି । “ଛାଭା”କୁ ପଛରେ ପକାଇ, ଏହା ୨୦୨୫ର ସର୍ବାଧିକ ଲାଭ ଅର୍ଜନକାରୀ ଫିଲ୍ମ ପାଲଟିଛି । ପୂର୍ବରୁ ଏହି ରେକର୍ଡ ଭିକି କୌଶଲଙ୍କ “ଛାଭା” ପାଖରେ ଥିଲା। “ଛାଭା” ୧୩୦ କୋଟି ବଜେଟରେ ନିର୍ମିତ ହୋଇଥିବା ବେଳେ ଫିଲ୍ମଟି ୬୧୫ କୋଟି ଟଙ୍କା ସଂଗ୍ରହ କରିଥିଲା । ଯାହାର ଯାହାର ନିବେଶ ଉପରେ ରିଟର୍ଣ୍ଣ ୩୭୩.୩୭% ରହିଛି । ସେହିପରି ତୃତୀୟରେ ରେଖାଚିତ୍ରମ୍ ରହିଛି, ଯାହା ୬ କୋଟି ଟଙ୍କାରେ ନିର୍ମିତ ହୋଇଥିବାବେଳେ ୨୭ କୋଟି ଟଙ୍କା ଆୟ କରିଛି ଓ ନିବେଶ ଉପରେ ରିଟର୍ଣ୍ଣ ୩୫୦% ରହିଛି ।

Comments are closed.