Latest Odisha News

BREAKING NEWS

ବିସ୍ଫୋରକ ଲୁଟ୍‌ ମାମଲା; ମାଓବାଦୀ ଇନଫର୍ମର ଜର୍ଜ ମୁଣ୍ଡାକୁ ରିମାଣ୍ଡରେ ନେଲା ଏନଆଇଏ

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରୁ ୫ ଟନ୍‌ ବିସ୍ଫୋରକ ଲୁଟ୍‌ ମାମଲା । ମାଓବାଦୀ ଇନ୍‌ଫର୍ମର ଜର୍ଜ ମୁଣ୍ଡାକୁ ଆଜି ରିମାଣ୍ଡରେ ନେଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଝାରପଡ଼ା ଜେଲ୍‌ରୁ ଅଭିଯୁକ୍ତ ଜର୍ଜକୁ ରିମାଣ୍ଡରେ ନେଇ ଭୁବନେଶ୍ବରସ୍ଥିତ କାର୍ଯ୍ୟାଳୟରେ ଜେରା କରୁଛି ଏନଆଇଏ ।

ସୋମବାର ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜଙ୍କ କୋର୍ଟ ୬ ଦିନିଆ ରିମାଣ୍ଡ ପାଇଁ ଏନଆଇଏକୁ ଅନୁମତି ଦେଇଥିଲେ ।

ବିସ୍ଫୋରକ ଲୁଟ୍‌ ଘଟଣାରେ କାହାର କାହାର ହାତ ରହିଛି, ବିସ୍ଫୋରକ ଲୁଟ୍‌ ଯୋଜନାର ମାଷ୍ଟରମାଇଣ୍ଡ୍‌ କିଏ? ଦେଶରେ ନକ୍ସଲ ବିରୋ‌ଧୀ ଅଭିଯାନକୁ ଭଣ୍ଡୁର କରିବା ପାଇଁ କେଉଁ ସଙ୍ଗଠନମାନେ ଷଡ୍‌ଯନ୍ତ୍ର କରୁଛନ୍ତି? କେବେଠାରୁ ମାଓବାଦୀଙ୍କ ସହ ଜର୍ଜର ଲିଙ୍କ୍‌ ରହିଛି? ମାଓବାଦୀଙ୍କ ଇନ୍‌ଫର୍ମର୍‌ ହେବା ପଛରେ ଜର୍ଜର କି ସ୍ବାର୍ଥ ରହିଛି? ଏହିପରି ପୂର୍ବରୁ କେତେ ଯୋଜନାରେ ସେ ମାଓବାଦୀଙ୍କୁ ସହାୟତା କରିଛି? ଲୁଟ୍‌ ବିସ୍ଫୋରକକୁ ଆଉ କାହାକୁ ହସ୍ତାନ୍ତର କରିବାକୁ ଯୋଜନା କରିଥିଲା କି ମାଓ ସଙ୍ଗଠନ? ଏଭଳି ଅନେକ ପ୍ରଶ୍ନ ପଚାରିଛି ଏନଆଇଏ ।

Comments are closed.