Latest Odisha News

BREAKING NEWS

ଶ୍ରାବଣରେ ଗ୍ରହଙ୍କ ଦୁର୍ଲ୍ଲଭ ଯୋଗ, ମହାଦେବଙ୍କ କୃପାରୁ ଏହି ରାଶିର ଖୋଲିବ ଭାଗ୍ୟ …

ଭୁବନେଶ୍ବର: ଆଜିଠୁ (୧୧ ଜୁଲାଇ)ରୁ ଚଳିତ ବର୍ଷର ଶ୍ରାବଣ ମାସ ଆରମ୍ଭ ହୋଇଛି । ଶ୍ରାବଣ ମାସରେ ସୂର୍ଯ୍ୟ,ମଙ୍ଗଳ, ଶୁକ୍ର, ଶନି ଓ ବୁଧ ଗ୍ରହ ଚଳନ କରିବା ସହ ଦୁର୍ଲ୍ଲଭ ସଂଯୋଗ ସୃଷ୍ଟି ହେବ । ଓଲଟା ଚଳନ କରିବେ ଶନି ଓ ବୁଧ । ଯାହାଦ୍ବାରା ଶ୍ରାବଣ ମାସରେ ପ୍ରୀତି ଯୋଗ, ଆୟୁଷ୍ମାନ ଯୋଗ, ସୁକର୍ମା, ଶିବ ଓ ସର୍ବାର୍ଥ ସିଦ୍ଧି ଯୋଗ ସୃଷ୍ଟି ହେବ । ଫଳରେ କିଛି ରାଶିଙ୍କ ଉପରେ ଏହାର ଶୁଭ ପ୍ରଭାବ ପଡିବ ।

ଆସନ୍ତୁ ଜାଣିବା କେଉଁ କେଉଁ ରାଶିଙ୍କ ଭାଗ୍ୟ ଉଦୟ ହେବ..

କୁମ୍ଭ- ଏହି ରାଶିର ଲୋକଙ୍କ ବହୁତ ଦିନରୁ ଅଟକି ରହିଥିବା କାମରେ ସଫଳତା ମିଳିବ । ହଠାତ୍ ଧନ ଲାଭ ହେବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟର ସାଥ୍‌ ମିଳିବ । ଜୀବନରେ ଖୁସିର ଆଗମନ ହେବ ।

ବୃଷ- ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଅତ୍ୟନ୍ତ ଶୁଭଫଳ ମିଳିବ । ଟଙ୍କା ରୋଜଗାରର ନୂଆ ନୂଆ ସୁଯୋଗ ଆସିବ । ଘରେ ଧନ-ସମ୍ପତ୍ତି ବୃଦ୍ଧି ହେବ । ଜୀବନରେ ସଫଳତା ମିଳିବ । ଏହି ସମୟରେ ମନ ଖୁସି ରହିବ ।

ତୁଳା- ଏହି ରାଶିର ଲୋକଙ୍କୁ ବ୍ୟବସାୟରେ ବଡ ଲାଭ ମିଳିବାର ସମ୍ଭାବନା ରହିଛି। ଘରେ ପରିବାର ମଧ୍ୟରେ ହସଖୁସିର ବାତାବରଣ ଦେଖାଯିବ । ଅଟକି ଥିବା ଧନ ପ୍ରାପ୍ତ ହେବ । ମନରୁ ଚିନ୍ତା ଦୂର ହେବ ।

ମିଥୁନ- ଏହି  ରାଶିର ଲୋକଙ୍କ ଉପରେ ମହାଦେବଙ୍କ ବିଶେଷ କୃପା ରହିବ । କରଜରୁ ମୁକ୍ତି ପାଇବେ । ଧନ ପ୍ରାପ୍ତି ହେବ ଓ ଆର୍ଥିକ ସ୍ଥିତି ମଜଭୁତ ହେବ । ଏହି ରାଶିର ଲୋକଙ୍କ ପୁରୁଣା ସମସ୍ୟା ଦୂର ହେବ ।

 

Comments are closed.