ନୂଆଦିଲ୍ଲୀ: ଏସିଆ କପ କ୍ରିକେଟର ଭବିଷ୍ୟତ ଏବେ ଧୀରେ ଧୀରେ ଅନ୍ଧକାର ମଧ୍ୟକୁ ଠେଲି ହୋଇଯିବାରେ ଲାଗୁଛି । ଭାରତ ଓ ଶ୍ରୀଲଙ୍କା ବୋର୍ଡ ଏସୀୟ କ୍ରିକେଟ ପରିଷଦ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମନା କରିବା ପରେ ଏହି ସଂଶୟ ସୃଷ୍ଟି ହୋଇଛି । ଅନଲାଇନରେ ଏହି ୨ଟି ଟିମ ଅଂଶଗ୍ରହଣ କରିବା ପାଇଁ ରାଜି ହୋଇ ନ ଥିଲେ । ଭାରତ ୨୦୨୫ ଏସିଆ କପ ଆୟୋଜନ କରିବ । ଭାରତ ଚଳିତ ବର୍ଷ ବାଂଲାଦେଶ ଗସ୍ତରେ ସୁରକ୍ଷା ଦୃଷ୍ଟିକୋଣରୁ ଯିବା ପାଇଁ ମନା କରି ଦେଇଛି । ଫଳରେ ଏହି ସିରିଜକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି । ଏହା ମଧ୍ୟରେ ଭାରତ ଓ ଶ୍ରୀଲଙ୍କା ଏକ ସୀମିତ ଓଭର ସିରିଜ ଖେଳିବା ପାଇଁ ଯୋଜନା କରୁଛନ୍ତି ।
ଏସିସିରେ ଜଡିତ ଜଣେ ପାକିସ୍ତାନ ଅଧିକାରୀ ଏ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନ ଓ ବାଂଲାଦେଶ ୨୦ରୁ ୨୪ ଜୁଲାଇ ପର୍ଯ୍ୟନ୍ତ ଢ଼ାକାରେ ଟି୨୦ ସିରିଜ ଖେଳିବେ । ସେଥିପାଇଁ ସେଠାରେ ଏହି ବୈଠକରେ ଆୟୋଜନ କରାଯାଇଥିଲା । ଦୀର୍ଘ ଦିନ ହେବ ବାଂଲାଦେଶ ଏସିସି ବୈଠକ ଆୟୋଜନ କରି ନ cଥିଲା, ସେଥିପାଇଁ ଏହି ପ୍ରସ୍ତାବ ଦିଆଯାଇଥିଲା ବୋଲି ପାକିସ୍ତାନର ଅଧିକାରୀଜଣଙ୍କ କହିଛନ୍ତି ।
Comments are closed.