ଭୁବନେଶ୍ୱର: ହାଉସିଂ ସୋସାଇଟି କ୍ଷମତା ନେଇ ଐତିହାସିକ ନିଷ୍ପତ୍ତି ନେଇଛି ବିଡିଏ । ଆବାସିକ ଆପାର୍ଟମେଣ୍ଟର ଘର ମାଲିକ ରକ୍ଷଣାବେକ୍ଷଣ ଦେୟ ପୈଠରେ ବିଳମ୍ବ କଲେ କିମ୍ବା ଫି ନଦେଲେ ବିଚ୍ଛିନ୍ନ ହେବ ଘରର ଅତ୍ୟାବଶକ ସେବା । ଯଦି ମେଣ୍ଟେନାମସ ଫି ଘରମାଲିକ ଲଗାତାର ପୈଠ ନକରନ୍ତି ତେବେ ବିଜୁଳି ସଂଯୋଗ, ଜଳଯୋଗାଣ, ପରିମଳ ଆଦି ବିଭିନ୍ନ ଅତ୍ୟାବଶ୍ୟକ ସେବାରୁ ସଂପୃକ୍ତ ଫ୍ଲାଟ ମାଲିକଙ୍କୁ ବଞ୍ଚିତ ହେବେ ।
ଏନେଇ ପଦକ୍ଷେପ ଗ୍ରହଣ କରିପାରିବେ ହାଉସିଂ ସୋସାଇଟି । କିଛି ଫ୍ଲାଟ୍ ମାଲିକ ଇଚ୍ଛାକୃତ ଭାବେ ମାସିକ ରକ୍ଷଣାବେକ୍ଷଣ ଦେୟ ପ୍ରଦାନ କରୁନଥିଲେ । ଏନେଇ ହାଉସିଂ ସୋସାଇଟି ଆସୋସିଏସନ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ- ବିଡିଏରେ ଅଭିଯୋଗ କରିଥିଲେ । ଅଭିଯୋଗର ଶୁଣାଣି କରି ଆସୋସିଏସନ ସପକ୍ଷରେ ରାୟ ଦେଇଛନ୍ତି ବିଡିଏ । ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଆଇନର ଧାରା ୧୯-୧ ଅନୁଯାୟୀ ଏହି ନିର୍ଦ୍ଦେଶ ଦେଇଛନ୍ତି ବିଡିଏ ।
ବକେୟା ଦେୟ ପ୍ରଦାନ ପାଇଁ ପ୍ରଥମେ ଆସୋସିଏସନର ସାଧାରଣ ପରିଷଦ ନୋଟିସ ଜାରି କରିବେ । ନୋଟିସ ପରେ ଯଦି ଧାର୍ଯ୍ୟ ସମୟ ମଧ୍ୟରେ ଦେୟ ପୈଠ ନହେଲେ ଏନେଇ ଆସୋସିଏସନରେ ଆଲୋଚନା ହେବ । ଏହା ପରେ ଅତ୍ୟାବଶ୍ୟକ ସେବା ବିଚ୍ଛିନ୍ନ କରିବାକୁ ସାଧାରଣ ପରିଷଦ ବୈଠକରେ ପ୍ରସ୍ତାବ ଗୃହୀତ ହେବ ।
Comments are closed.