Latest Odisha News

BREAKING NEWS

ହୁତୁହୁତୁ ହୋଇ ଜଳିଲା ଡିଜେଲ ଭର୍ତି ଟ୍ରେନ..

ଚେନ୍ନାଇ: ତାମିଲନାଡୁର ତିରୁଭଲ୍ଲୁର ନିକଟରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିବା ପରେ ଆରାକ୍କୋନମ ଏବଂ ଚେନ୍ନାଇ ମଧ୍ୟରେ ଟ୍ରେନ ସେବା ବନ୍ଦ ରହିଛି।

ସୂଚନା ଅନୁଯାୟୀ, ନିଆଁ ମାଲବାହୀ ଟ୍ରେନର ପାଞ୍ଚଟି କୋଚକୁ ବ୍ୟାପିଯାଇଥିଲା। ଯଦିଓ ଏଥିରେ କୌଣସି ଜୀବନହାନି କିମ୍ବା ଆହତ ହେବାର କୌଣସି ଖବର ନାହିଁ। ତଥାପି ଦକ୍ଷିଣ ରେଳବାଇ ଯାତ୍ରୀମାନଙ୍କ ସୁବିଧା ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରିଛି। ସେଗୁଡ଼ିକ ହେଲା- 044-25354151, 044-24354995 ।

ଦକ୍ଷିଣ ରେଳବାଇ ଅଗ୍ନିକାଣ୍ଡ ସମ୍ପର୍କରେ କହିଛି ଯେ ଚେନ୍ନାଇରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଆନ ଅଏଲ କର୍ପୋରେସନ (IOCL)ର ଏକ ଇନ୍ଧନ ଭର୍ତି ମାଲବାହୀ ଟ୍ରେନର ଏକ କୋଚରେ ନିଆଁ ଲାଗିଯିବାରୁ ଏହି ଘଟଣା ଘଟିଥିଲା। ପ୍ରାଥମିକ ରିପୋର୍ଟ ଅନୁଯାୟୀ। ମାଲବାହୀ ଟ୍ରେନର ତିନୋଟି କୋଚ ଲାଇନଚ୍ୟୁତ ହୋଇଥିଲା। ଯାହା ଫଳରେ ଇନ୍ଧନ ଲିକେଜ୍ ହେବା ସହ ନିଆଁ ଲାଗିଯାଇଥିଲା। ଏହି ଘଟଣା ତିରୁଭଲ୍ଲୁର ରୁଟ୍ ଦେଇ ଯାଉଥିବା ସମସ୍ତ ଟ୍ରେନର ପରିଚାଳନାକୁ ପ୍ରଭାବିତ କରିଛି।

ତେବେ ଦକ୍ଷିଣ ରେଳବାଇ ଅନୁଯାୟୀ, ଏକ୍ସପ୍ରେସ୍ ଟ୍ରେନଗୁଡ଼ିକର ସେବା ବାଧାପ୍ରାପ୍ତ ହୋଇନାହିଁ, ଏବଂ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ କେବଳ କିଛି ଟ୍ରେନକୁ ବିଭିନ୍ନ ଷ୍ଟେସନରେ ଅଟକାଯାଇଛି।

 

Comments are closed.