ଭୁବନେଶ୍ୱର: କ୍ୟାମ୍ପସରେ ନିର୍ଯାତନା ନେଇ ବାଲେଶ୍ୱରର ଏଫ୍ଏମ୍ (ସ୍ୱୟଂଶାସିତ) କଲେଜର ଜଣେ ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣାରେ ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ରବିବାର ଓଡ଼ିଶା ସରକାରଙ୍କୁ ତିନି ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦେବାକୁ ଦାବି କରିଛି।
ଏନେଇ ଏନ୍ସିଡବ୍ଲୁ ନିଜ ଏକ୍ସ ହ୍ୟାଣ୍ଡେଲରେ ଏହାକୁ ଏକ ବିବ୍ରତକର ଘଟଣା ବୋଲି ବିବେଚନା କରିଛି। କାରଣ ଉକ୍ତ ଛାତ୍ରୀ ୯୦%ରୁ ଅଧିକ ପୋଡ଼ିଯାଇଥିବା ବେଳେ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି।
ତେବେ ଏହି ଘଟଣାରେ ନିନ୍ଦା ପ୍ରକାଶ କରି ଅଧିକାରି ପ୍ୟାନେଲ୍ ଓଡ଼ିଶା ଡିଜିପିଙ୍କୁ ନିରପେକ୍ଷ ଏବଂ ସମୟସୀମା ମଧ୍ୟରେ ତଦନ୍ତ, ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ପୀଡିତାଙ୍କୁ ମାଗଣାରେ ଆବଶ୍ୟକୀୟ ଚିକିତ୍ସା ଏବଂ ମାନସିକ ସହାୟତା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆହୁରି ମଧ୍ୟ ୩ ଦିନ ମଧ୍ୟରେ କମିଶନଙ୍କ ନିକଟରେ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ପଡିବ ବୋଲି କୁହାଯାଇଛି।
ଅଧିକ ପଢନ୍ତୁ:- ଏଫଏମ ଛାତ୍ରୀ ଆତ୍ମାହୁତୀ: ଘେରିଲେ ବିରୋଧୀ, ନବୀନ ଲୋଡିଲେ ରାଜ୍ୟପାଳଙ୍କ ହସ୍ତକ୍ଷେପ
Comments are closed.