Latest Odisha News

BREAKING NEWS

ଅମାନବୀୟ ଶାସ୍ତି; ପୁଣି ବଳଦ ସାଜିଲେ ପ୍ରେମୀ ଯୁଗଳ

କୋରାପୁଟ : ରାୟଗଡ଼ା ଜିଲାର କଲ୍ୟାଣସିଂହପୁର ପରେ କୋରାପୁଟ ଜିଲ୍ଲାରେ ଦେଖିବାକୁ ମିଳିଛି ବଳଦ ଦଣ୍ଡ। ପ୍ରେମୀ ଯୁଗଳଙ୍କ କାନ୍ଧରେ ପଶୁଭଳି ଜୁଆଳି ପକେଇ ବୁଲେଇଲେ ଗାଁ ଲୋକେ । ପରେ ଉଭୟଙ୍କୁ ଶୁଦ୍ଧି କରାଯାଇଛି। ଏଭଳି ଘଟଣା ଲୋକ ଲୋଚନକୁ ଆସିଛି ଯାହା ,ସଭ୍ୟ ଓ ଶିକ୍ଷିତ ସମାଜକୁ ସ୍ତବ୍ଧ କରୁଛି ।

ଖବରମୁତାବକ, କୋରାପୁଟ ନାରାୟଣପାଟଣା ବ୍ଲକ୍ ବରିଗି ପଞ୍ଚାୟତ ପେଦାଇଟିକି ଗାଁରୁ । ସମାନ ସାଙ୍ଗିଆ ଥାଇ ସଂପର୍କୀୟଙ୍କୁ ବାହା ହୋଇ ଫେରାର ହୋଇଯାଇଥିବା ପ୍ରେମୀ ଯୁଗଳଙ୍କୁ ଡାକି ବଳଦ ଦଣ୍ଡ ଦିଆଯାଇଛି । ଆଦିବାସୀ ସମାଜର ପ୍ରଥା ଅନୁସାରେ ଏଭଳି ଦଣ୍ଡ ଦିଆଯାଇଥିବା ଜଣାପଡିଛି। ପ୍ରଥା ପାଳନ କରିବାକୁ ଯାଇ ଅମାନବୀୟ କାର୍ଯ୍ୟ କରୁଛି ଯାହାକୁ ସଭ୍ୟ ସମାଜରେ ନିନ୍ଦା କରାଯାଇଛି।

ପେଦାଇଟିକି ଗାଁର ପିଡ଼ିକା ସାଙ୍ଗିଆ ଜଣେ  ଯୁବକ(୨୨) ଓ ପାଖଗାଁ ନାଡିମିଟିକି ର ଜଣେ ପିଡ଼ିକା ସାଙ୍ଗିଆ ଯୁବତୀଙ୍କୁ ବଳଦ ଭଳି ହଳ କରାଯାଇଛି ଗାଁ ମୁଣ୍ଡ ଇଷ୍ଟ ଦେବୀ ଆଗରେ ।

ଉଭୟ ଯୁବକ-ଯୁବତୀ ପ୍ରେମ କରୁଥିଲେ ଏବଂ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ । ବାହା ହୋଇ ବାହାରକୁ ପଳାଇ ଥିଲେ, ତେବେ ସେମାନଙ୍କୁ ନିଜର ବନ୍ଧୁ ବାନ୍ଧବ ଡକେଇଥିଲେ ପରେ ଗାଁକୁ ଆସିବା ପରେ ଗାଁ ମଝିରେ ସମସ୍ତଙ୍କ ଉପସ୍ଥିତ ରେ ଉଭୟଙ୍କୁ ଜୁଆଳି ପକାଇ ହଳ କରୁଥୁବା ଚିତ୍ର ସାମ୍ନକୁ ଆସିଛି। ଏପରି ଘଟଣା ଚାଲୁଥିବାବେଳେ କିଛି ଯୁବବର୍ଗ ମୋବାଇଲରେ ଭିଡିଓ ଉଠାଇ ଏହାର ମଜା ନେଉଥିବା ଦେଖିବାକୁ ମିଳିଥିଲା।

ଏହି ଘଟଣା ନେଇ ଯୁବକଙ୍କ ସମ୍ପର୍କୀୟ ଭାଇ ସନ୍ତୋଷ ପିଡ଼ିକା କହିଛନ୍ତି ଯେ, ଆମେ ଆଦିବାସୀ ପରମ୍ପରା ସମାଜରେ ରହୁଛି ,ପୂର୍ବ ପୁରୁଷର ପ୍ରଥା ମାନିବାକୁ ବାଧ୍ୟ। ତେଣୁ ମୋ ଭାଇ ଏ ପ୍ରଥା ମାନିବାକୁ ପଡ଼ିବ। ଫଳରେ ଗାଁରେ ପ୍ରବେଶ କରିପାରିବେ ।ଏଥିରେ କୌଣସି ଅସୁବିଧା ନାହିଁ।

ଅନ୍ୟପଟେ ୱାର୍ଡ ସଭ୍ୟ ଗୁମ୍ଫା ହୁଇକା କହିଛନ୍ତି ଯେ, ଏହା କୌଣସି କଙ୍ଗାରୁ କୋର୍ଟ ନୁହେଁ। ଏହା ଆଦିବାସୀ ପରମ୍ପରା। ବିବାହକୁ ସ୍ବୀକାର ଦେବା ପାଇଁ ପ୍ରେମୀ ଯୁଗଳକୁ ଗାଁ ଦାଣ୍ଡ ଇଷ୍ଟ ଦେବୀ ଆଗରେ ବଳଦ ହୋଇ ସାତ ଘେରା ବୁଲିଲେ। ଏହା ଦ୍ବାରା ଗାଁ ଶାନ୍ତି ହେବ, ଫସଲ ଭଲ ହବ, ଅମଳ ଭଲ ହେବ।

ସୂଚନାମୁତାବକ, କୋରାପୁଟ ଜିଲ୍ଲାରେ ଆଦିବାସୀ ପରଂପରା ଅନୁସାରେ, ଯଦି ଗୋଟିଏ ବଂଶ‌ ଅବା ଗୋଟିଏ ଜାତିରେ ପୁଅ-ଝି୍ଅ ପ୍ରେମ ବିବାହ କରନ୍ତି, ତାଙ୍କର ଚଳିତ ବର୍ଷ ଫସଲ ନଷ୍ଟ ହୋଇଯିବ। ଚାଷ ଉଜୁଡ଼ି ଯିବ ଓ ବର୍ଷା ହେବନାହିଁ। ଗାଁ ରେ ଅଶାନ୍ତି ହେବ ।ରୋଗ ବ୍ଯାଧି ହେବ ।

Comments are closed.