ସମୟ ଯେତେ ଯାଉଛି ଏମ୍ସରେ ଚିକିତ୍ସାଧୀନ ଥିବା ଛାତ୍ରୀଙ୍କ ଅବସ୍ଥା ସେତେ ଖରାପ ହେଉଛି । ଏମ୍ସରେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଏଫଏମ କଲେଜର ଛାତ୍ରୀଙ୍କସ୍ୱସ୍ଥା ଏବେ ଶଙ୍କଟାପନ୍ନ ରହିଥିବା କୁହାଯାଇଛି । ନିଆରେ ପୋଡିହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଆଉ ସେ ମେଡିକାଲରେ ଭର୍ତ୍ତି ହେବା ପରେ ଶରୀରର ଅଧିକାଂଶ ଅଙ୍ଗ ପୋଡି ଯାଇଥିବା ସୂଚନା ମିଳିଛି । ଗତକାଲିଠାରୁ ଆଜି ବି ସ୍ଥିତି ସଙ୍ଗୀନ ରହିଛି । ତେଣୁ ଆଗାମୀ ୭୨ ଘଣ୍ଟା ଛାତ୍ରୀଙ୍କ ।ପଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି । ପୀଡିତାଙ୍କୁ ଚିକିତ୍ସା କରୁଥିବା ଡାକ୍ତମାନେ ଦିଲ୍ଲୀ ଏମ୍ସ ସହ ଯୋଗାଯୋଗରେ ଅଛନ୍ତି । ଗତକାଲିଠାରୁ ଆଜି ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି କୁହାଯାଇ ପାରିବ ନାହିଁ ବୋଲି ଏମ୍ସ ଅଧିକ୍ଷକ କହିଛନ୍ତି । ଆଜି ସକାଳୁ ଟିକିଏ ଟେମ୍ପରେଚର ଆସିଛି । ଆଉ ତାଙ୍କୁ ଆଣ୍ଟିବାୟୋଟିକ୍ସ ଦିଆଯାଉଛି ବୋଲି ସେ କହିଛନ୍ତି । ୩ଦିନ ତଳେ ଏଫଏମ କଲେଜର ଛାତ୍ରୀ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଏଭଳି କରିବା ଆଗରୁ ସେ ଶିକ୍ଷାମନ୍ତ୍ରୀ, ସାଂସଦଙ୍କୁ ଜଣାଇଥିଲେ । ତାଙ୍କ ଶରୀରର ଏବେ ୯୫ ପ୍ରତିଶତ ପୋଡିଯାଇଛି । ଅଧିକାଂଶ ଅଙ୍ଗ ବହୁତ କ୍ରିଟିକାଲ ସ୍ଥିତିରେ ଥିବା କୁହାଯାଇଛି । ଛାତ୍ରୀ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ତାଙ୍କୁ ବଂଚାଇବା ପାଇଁ ଡାକ୍ତରମାନେ ଲାଗିପଡିଛନ୍ତି । ସେପଟେ ଛାତ୍ରୀଙ୍କ ଏଭଳି ଅବସ୍ଥା ହୋଇଥିବାରୁ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି । ଛାତ୍ରୀ ଜଣଙ୍କ ଜଣାଇବା ପରେ ମଧ୍ୟ କାହିଁକି ଏମିତି ହେଲା ବୋଲି ପ୍ରଶ୍ନ ଉଠାଇଛନ୍ତି ।
BREAKING NEWS
- ବାତ୍ୟା ପାଇଁ ୪୦ରୁ ଅଧିକ ଟ୍ରେନ ବାତିଲ, ୨୯ ଟ୍ରେନ୍ର ଚଳାଚଳ ସମୟ ପୁନଃନିର୍ଦ୍ଧାରଣ
- Odisha Assembly: ବିଧାନସଭାରେ ତୃତୀୟ ଦିନରେ ବି ଅଚଳାବସ୍ଥା! ମାତ୍ର ୧୦ ମିନିଟ୍ ଚାଲିଲା ପ୍ରଶ୍ନକାଳ, ସୋମବାର ସକାଳ ୧୦ଟା ୩୦ ପର୍ଯ୍ୟନ୍ତ ଗୃହ ମୁଲତବୀ…
- ବାତ୍ୟା ‘ଅକୱାନ୍’ ପାଇଁ ବାତିଲ ହେଲା ଇଣ୍ଡିଗୋର ଚାରୋଟି ବିମାନ
- ବାବୁବନ୍ଧ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସ୍କୁଲ ଯିବା ବେଳେ ଅଜଣା ଗାଡ଼ି ଧକ୍କାରେ ଜେଜେ ଓ ନାତି ମୃତ
- ପାକିସ୍ତାନର ଆତଙ୍କବାଦକୁ ପ୍ରୋତ୍ସାହନ ହିଁ ଦୁଇ ଦେଶ ମଧ୍ୟରେ ଆଲୋଚନା ପାଇଁ ସବୁଠାରୁ ବଡ଼ ବାଧା: ରାହୁଲ ଗାନ୍ଧୀ
- କଳିଙ୍ଗନଗର ଇସ୍ପାତ ପ୍ଲାଣ୍ଟ ଅଫ୍-ଗ୍ୟାସ୍ରୁ ହାଇଡ୍ରୋଜେନ୍ ଉତ୍ପାଦନ କରିବ ଟାଟା ଷ୍ଟିଲ୍: ୨୦୪୫ ସୁଦ୍ଧା ‘ନେଟ୍ ଜିରୋ’ ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ
- ଜିରୋ କାଜୁଆଲିଟି ଲକ୍ଷ୍ୟରେ ସକ୍ରିୟ ସରକାର: ବାତ୍ୟା ମୁକାବିଲା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି, ୪୦ ହଜାର ଲୋକଙ୍କୁ ସ୍ଥାନାନ୍ତର
- ବାତ୍ୟା ‘ଅକୱାନ’ ପାଇଁ ସମଗ୍ର ରାଜ୍ୟରେ ୨ ଦିନ ପ୍ରବଳ ବର୍ଷା, ୧୨ ଜିଲାକୁ ଆଲର୍ଟ
- ଆରମ୍ଭ ହେଲା ବାତ୍ୟା ‘ଅକୱାନ୍’ର ଲ୍ୟାଣ୍ଡଫଲ୍, ଗୋପାଳପୁରରେ ସବୁଠୁ ଅଧିକ ବର୍ଷା
- ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ସରକାରୀ ଡିଗ୍ରୀ କଲେଜ ପାଇଁ ୪୮ ନୂଆ ପଦବୀ ମଞ୍ଜୁର
Comments are closed.