ଭୁବନେଶ୍ବର: ଆଜିର ସ୍ଥିତି ଅନୁସାରେ, ବିଭିନ୍ନ ନଦୀର ଜଳସ୍ତର ସତର୍କ ଲେବୁଲରୁ କମ ଅଛି । ଲଘୁଚାପରେ ଦେଖିବାକୁ ପଡିବ କେତେ ବର୍ଷା ହେଉଛି ଓ ଜଳ ପ୍ରବେଶ ଓ ନିଷ୍କାସନ ସ୍ଥିତି ଦେଖିବାକୁ ପଡିବ । ସୁବର୍ଣ୍ଣରେଖାରେ ଯେଉଁ ବର୍ଷା ହେବ, ତାହା ଝାଡ଼ଖଣ୍ଡର ଚାନ୍ଦିଲି ଡ୍ୟାମର ନିଷ୍କାସନକୁ ନେଇ ଆକଳନ କରିବାକୁ ହେବ ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ କହିଛନ୍ତି ।
ସର୍ବୋଚ୍ଚ ଯନ୍ତ୍ରୀ ଆହୁରି କହିଛନ୍ତି ଯେ, ଏହା କେନ୍ଦୁଝର, ବାଲେଶ୍ୱର ଓ ମୟୂରଭଞ୍ଜର ବର୍ଷା ସ୍ଥିତିକୁ ଦେଖି ହିସାବକୁ ନିଆଯିବ । ହୀରାକୁଦରେ ଜଳ ପ୍ରବେଶ କମିବାରୁ କେବଳ ଦୁଇଟି ଗେଟ୍ ଖୋଲା ରହିଛି । ଆଗାମୀ ଦିନରେ ବର୍ଷାକୁ ଦେଖି ଯାହା ନିଷ୍ପତ୍ତି ନିଆଯିବ ।
ସୂଚନାଯୋଗ୍ୟ, ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଓ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଉତ୍ତର-ପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଅନ୍ୟ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଏହାର ପ୍ରଭାବରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
Comments are closed.