Latest Odisha News

BREAKING NEWS

୪୨ତମ ଖଣି ସୁରକ୍ଷା ସପ୍ତାହ ସମାରୋହ; କାଶିଆ ଓ ଟେନ୍ସା ମାଇନ୍ସକୁ ଏକାଧିକ ପୁରସ୍କାର

ଯୋଡ଼ା: ଜିନ୍ଦଲ ଷ୍ଟିଲର କାଶିଆ ଓ ଟେନ୍ସା ମାଇନ୍ସକୁ ୪୨ତମ ଧାତୁ ସମ୍ପନ୍ନ ଖଣି ସୁରକ୍ଷା ସପ୍ତାହ ସମାରୋହ- ୨୦୨୪ରେ ଏକାଧିକ ପୁରସ୍କାର ମିଳିଛି। ଯାହା ପୁଣି ଥରେ ସୁରକ୍ଷା ପ୍ରତି ଜିନ୍ଦଲ ଷ୍ଟିଲର ପ୍ରତିବଦ୍ଧତାକୁ ପ୍ରମାଣିତ କରିଛି।

ଖଣି ନିରାପତ୍ତା ନିର୍ଦ୍ଦେଶାଳୟ (ଡିଜିଏମଏସ) ପକ୍ଷରୁ ବଡ଼ବିଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦେଶର ମୋଟ ୧୧୩ଟି ଖଣି ଅଂଶଗ୍ରହଣ କରିଥିଲେ। କାର୍ଯ୍ୟକ୍ଷେତ୍ରରେ ଉଚ୍ଚ ନିରାପତ୍ତା ମାନକକୁ ବଜାୟ ରଖିବା ଏବଂ ଏବଂ ନିରାପଦ କାର୍ଯ୍ୟ ପରିବେଶ ସୁନିଶ୍ଚିତ କରିବା ପାଇଁ ଜିନ୍ଦଲ ଷ୍ଟିଲର ନିରନ୍ତର ଉଦ୍ୟମକୁ ଏହି ପୁରସ୍କାର ଦ୍ୱାରା ସ୍ୱୀକୃତି ମିଳିଛି।

ଗ୍ରୁପ୍ ଏ- ୨ରେ କାଶିଆ ମାଇନ୍ସକୁ ଏକାଧିକ ବର୍ଗରେ ପୁରସ୍କାର ମିଳିଛି। ସାମଗ୍ରିକ ପ୍ରଦର୍ଶନ ପାଇଁ ପ୍ରଥମ ପୁରସ୍କାର, ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ ବର୍ଗରେ ପ୍ରଥମ ପୁରସ୍କାର, ସାଧାରଣ ଧନ୍ଦାମୂଳକ ପ୍ରଶିକ୍ଷଣ କେନ୍ଦ୍ର ( କାଶିଆ ମାଇନ୍ସ ଅଧୀନ ଏମଡିଓ) ପାଇଁ ଦ୍ୱିତୀୟ ପୁରସ୍କାର ଏବଂ ସୁରକ୍ଷା ପରିଚାଳନା ଯୋଜନା, ନିରାପତ୍ତା ଓ ବୈଧାନିକ ନିୟମ ଅନୁପାଳନ ବର୍ଗରେ ମଧ୍ୟ ଦ୍ୱିତୀୟ ପୁରସ୍କାର ମିଳିଛି। ସେହିପରି ବୃତ୍ତିଗତ ସ୍ୱାସ୍ଥ୍ୟ କେନ୍ଦ୍ର ପାଇଁ ତୃତୀୟ ପୁରସ୍କାର ଏବଂ ଆଗୁଆ ସୂଚନା ବ୍ୟବସ୍ଥା, ଆପତକାଳୀନ ପ୍ରସ୍ତୁତି, ଆପତକାଳୀନ ଅଭ୍ୟାସ ବ୍ୟବସ୍ଥା ଓ ଦୁର୍ଘଟଣା ପରିସଂଖ୍ୟାନ ବର୍ଗରେ ମଧ୍ୟ ତୃତୀୟ ପୁରସ୍କାର ମିଳିଛି।

ଗ୍ରୁପ ବି- ୧ ଅଧୀନରେ ଟେନ୍ସା ମାଇନ୍ସକୁ ମଧ୍ୟ ଏକାଧିକ ବର୍ଗରେ ପୁରସ୍କାର ମିଳିଛି। ତାଲିମ, ସ୍ୱାସ୍ଥ୍ୟ ଓ କଲ୍ୟାଣ ବର୍ଗରେ ଟେନ୍ସା ମାଇନ୍ସକୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ, ଅନ୍ୟ ୩ଟି ବର୍ଗ ଯଥା ବାରୁଦର ନିରାପଦ ବ୍ୟବହାର, ଖଣି ନିରାପତ୍ତାର ଡିଜିଟାଇଜେସନ, ଶ୍ରେଷ୍ଠ କଣ୍ଟ୍ରାକ୍ଟର(ଏମ/ଏସ ମା ସାରଳା ପ୍ରାଇଭେଟ ଓ୍ୱାର୍କ୍ସ) ବର୍ଗରେ ଦ୍ୱିତୀୟ ପୁରସ୍କାର ମିଳିଛି।

ଏହି ସଫଳତା ପାଇଁ କାଶିଆ ଓ ଟେନ୍ସା ଟିମକୁ ଅଭିନନ୍ଦନ ଜଣାଇବା ଅବସରରେ ଜିନ୍ଦଲ ଷ୍ଟିଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ (ଇଡି) ପଙ୍କଜ ମହ୍ଲାନ କହିଛନ୍ତି, “ ଆମେ ଡିଜିଏମସଙ୍କ ପକ୍ଷରୁ ଏହି ସମ୍ମାନଜନକ ସ୍ୱୀକୃତି ପ୍ରାପ୍ତ କରି ଗର୍ବିତ ଅନୁଭବ କରୁଛୁ। ଏକ ସୁରକ୍ଷିତ ଓ ସୁସ୍ଥ କାର୍ଯ୍ୟକ୍ଷେତ୍ର ପ୍ରତିଷ୍ଠା କରିବା କ୍ଷେତ୍ରରେ ଆମ ବରିଷ୍ଠ ଅଧିକାରୀ ଓ କର୍ମଚାରୀଙ୍କ ନିରନ୍ତର ଉଦ୍ୟମ ଏହି ପୁରସ୍କାରରେ ପ୍ରତିଫଳିତ ହେଉଛି। ନିରାପଦ କର୍ମସଂସ୍କୃତିର ବିକାଶ ସହ ଆମର ସମସ୍ତ କାର୍ଯ୍ୟରେ ସୁରକ୍ଷାର ଉଚ୍ଚମାନକକୁ ବଜାୟ ରଖିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ”।

ଏହି ସଫଳତା ନିରାପତ୍ତା ଓ ସ୍ୱାସ୍ଥ୍ୟ ପ୍ରତି ଗୁରୁତ୍ୱ ତଥା ଏଥିରେ କ୍ରମାଗତ ଉନ୍ନତି ପାଇଁ ଜିନ୍ଦଲ ଷ୍ଟିଲର ଉଦ୍ୟମକୁ ପ୍ରମାଣିତ କରୁଛି।

 

Comments are closed.