ଭୁବନେଶ୍ୱର: ବାଲେଶ୍ଵର ଏଫଏମ କଲେଜରେ ଛାତ୍ରୀଙ୍କ ଆତ୍ମହୁତି ଘଟଣା ପରେ ତତ୍ପର ହୋଇପଡିଛି ଉଚ୍ଚଶିକ୍ଷା ବିଭାଗ। ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର କାର୍ଯ୍ୟକାରିତା ସମ୍ବନ୍ଧରେ ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶ ଦେଇଛି।
ତେବେ ୨୪ ଘଣ୍ଟା ମଧ୍ୟରେ ସବିଶେଷ ରିପୋର୍ଟ ଦାଖଲ କରିବା ପାଇଁ ସମସ୍ତ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହିତ ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ସମସ୍ତ ସଦସ୍ୟମାନଙ୍କର ନାମ ଓ ଫୋନ୍ ନମ୍ବରକୁ ଉଚ୍ଚଶିକ୍ଷା ବିଭାଗର Information Management System (ଏଚଆଇଏମଏସ) ପୋର୍ଟାଲରେ ଅପଲୋଡ଼ କରିବା ସହିତ ବିଶ୍ୱବିଦ୍ୟାଳୟ/ମହାବିଦ୍ୟାଳୟ ପରିସର ମଧ୍ୟରେ ରହିଥିବା ପ୍ରମୁଖ ସ୍ଥାନମାନଙ୍କରେ ଏହାକୁ ପ୍ରଦର୍ଶିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି କର୍ମକ୍ଷେତ୍ରରେ ହେଉଥିବା ଯୌନ ଉତ୍ପୀଡନ ସମ୍ବନ୍ଧରେ ସଚେତନତା ଓ ଏହାର ନିବାରଣ କରିବା ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ତୁରନ୍ତ କର୍ମଶାଳାର ଆୟୋଜନ କରିବା ନିମନ୍ତେ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି କରାଯାଇଛି।
Comments are closed.