ନୂଆଦିଲ୍ଲୀ: ଜଣେ ବରିଷ୍ଠ ଅଧ୍ୟାପକଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗରେ ଫକୀର ମୋହନ (ସ୍ୱୟଂଚାଳିତ) କଲେଜର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଏହି ମାମଲାର ତଦନ୍ତ ପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ମଙ୍ଗଳବାର ଏକ ଚାରି ସଦସ୍ୟ ବିଶିଷ୍ଟ ତଥ୍ୟ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି।
ୟୁଜିସି ସଦସ୍ୟ ଏବଂ ଗୁରୁ ଗୋବିନ୍ଦ ସିଂହ ଇନ୍ଦ୍ରପ୍ରସ୍ଥ ବିଶ୍ୱବିଦ୍ୟାଳୟର ପ୍ରଫେସର ରାଜ କୁମାର ମିତ୍ତଲଙ୍କ ଅଧ୍ୟକ୍ଷତାରେ ଗଠିତ ତଦନ୍ତ ପ୍ୟାନେଲକୁ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ପଦକ୍ଷେପ ସହ ପରାମର୍ଶ ଦେବାକୁ ମଧ୍ୟ କୁହାଯାଇଛି।
ତେବେ ଅନ୍ୟ ସଦସ୍ୟମାନେ ହେଉଛନ୍ତି ପୂର୍ବତନ କମିଶନ ସଦସ୍ୟ ପ୍ରଫେସର ସୁଷମା ଯାଦବ ଏବଂ ଗୁଜରାଟ ବିଶ୍ୱବିଦ୍ୟାଳୟର ଉପ-କୁଳପତି ଡକ୍ଟର ନୀରଜା ଗୁପ୍ତା, ୟୁଜିସି ଯୁଗ୍ମ ସଚିବ ଡକ୍ଟର ଆଶିମା ମଙ୍ଗଳା ସମନ୍ୱୟ ଅଧିକାରୀ ଭାବରେ କାର୍ଯ୍ୟ କରିବେ।
ମୃତ ଛାତ୍ରୀ ସୌମ୍ୟଶ୍ରୀ ବିସି (୨୦) ପ୍ରତିଷ୍ଠାନର ଶିକ୍ଷା ବିଭାଗର ମୁଖ୍ୟ ସମୀର କୁମାର ସାହୁଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଯଦିଓ ତା ପୂର୍ବରୁ ଏଫଏମ କଲେଜରେ ଆଇସିସି କାର୍ଯ୍ୟକ୍ଷମ ନଥିଲା ବୋଲି ଅଭିଯୋଗ ହୋଇଥିଲା। ତେବେ ନଅ ଜଣିଆ ଆଇସିସି – ତିନି ଜଣ ଅଧ୍ୟାପକ, ଦୁଇ ଜଣ ଅଣ-ଅଧ୍ୟାପକ ସଦସ୍ୟ, ଜଣେ ସାମାଜିକ କର୍ମୀ ଏବଂ କଲେଜର ତିନି ଜଣ ଛାତ୍ରଙ୍କୁ ନେଇ ଜୁଲାଇ ୧ରେ ଆଇସିସି ଗଠିତ ହୋଇଥିଲା। କଲେଜ ଅଧ୍ୟକ୍ଷ ଦିଲୀପ ଘୋଷଙ୍କ ନିକଟରେ ହୋଇଥିବା ଅଭିଯୋଗ ଅନୁସାରେ ଏଚ୍ଓଡିଙ୍କ କଥାରେ ଛାତ୍ରୀ ସୌମ୍ୟଶ୍ରୀ ଯଦି ରାଜି ନ ହୁଅନ୍ତି ତେବେ କମ୍ ଉପସ୍ଥାନ ଦେଖାଇ ପରୀକ୍ଷାରେ ଫେଲ୍ କରିବାକୁ ଧମକ ଦେଇଥିଲେ।
Comments are closed.