Latest Odisha News

ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗ: ଜୋ ରୁଟ ଏକ ନମ୍ବର

ନୂଆଦିଲ୍ଲୀ: ଇଂଲଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ ଜୋ ରୁଟ ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେ ନିଜ ଦେଶର ହ୍ୟାରୀ ବ୍ରୁକଙ୍କୁ ପଛରେ ପକାଇ ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି । ଲର୍ଡସ ଟେଷ୍ଟରେ ଶତକ ହାସଲ କରିବା ରୁଟଙ୍କୁ ଫାଇଦାରେ ରଖିଥିଲା । ରୁଟ ୮୮୮ ରେଟିଂ ପଂଏଟ ସହ ଶୀର୍ଷରେ ରହିଥିବା ବେଳେ ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟ୍ସମ୍ୟାନ କେନ ୱିଲିୟମସନ ୮୬୭ ପଂଏଟ ସହ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭାରତର ଶୁଭମନ ଗିଲ ଓ ଯଶସ୍ୱୀ ଜୈସୱାଲଙ୍କ ର‌୍ୟାଙ୍କିଙ୍ଗରେ ଅବନ୍ନତି ଘଟିଛି ।

ଯଶସ୍ୱୀ ୫ମ ଏବଂ ଗିଲ ୧୦ମ ସ୍ଥାନ ବଜାୟ ରଖିବା ପାଇଁ ସଂଘର୍ଷ କରୁଛନ୍ତି । ଗିଲ ୩ଟି ସ୍ଥାନ ତଳକୁ ଖସି ୯ମ ସ୍ଥାନରେ ରହିଥିବା ବେଳେ ରିଷଭ ପନ୍ତ ୭ମରୁ ୮ମ ସ୍ଥାନକୁ ଆସି ଯାଇଛନ୍ତି । ଭାରତର ଏହି ୩ଜଣ ବ୍ୟାଟ୍ସମ୍ୟାନଙ୍କ ପ୍ରଥମ ୧୦ଜଣଙ୍କ ମଧ୍ୟରେ ରହିବା ପାଇଁ ଏବେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଅପରପକ୍ଷରେ ଯଶସ୍ୱୀଙ୍କୁ ପଛରେ ପକାଇ ଅଷ୍ଟ୍ରେଲିଆର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ୪ ନମ୍ବର ସ୍ଥାନ ହାତେଇଛନ୍ତି ।

Comments are closed.