ଆଜି ସାରା ରାଜ୍ୟରେ ବନ୍ଦ ପାଳନ କରିଛି କଂଗ୍ରେସ । ଏହାର ପ୍ରଭାବରେ ସାରା ରାଜ୍ୟରେ ଗାଡି ଚଳାଚଳ, ଦୋକାନ ବଜାର ବନ୍ଦ ରହିଛି । ଅନେକ ଅନୁଷ୍ଠାନ ମଧ୍ୟ ବନ୍ଦ କରିଛି କଂଗ୍ରେସ । ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଆଜି ଲୋୟର ପିଏମଜିରେ କଂଗ୍ରେସ କର୍ମକର୍ତ୍ତା ଖୁବ ଜୋରରେ ରାଲି କରିଛନ୍ତି । ବ୍ୟାରିକେଡ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡକୁ ମଧ୍ୟ ସେମାନେ ମୁହାଁଇଥିଲେ । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ ସରକାର ଦାୟୀ ବୋଲି କହିବା ସହ ଏହାର ଜବାବ ଦିଅନ୍ତୁ ବୋଲି କଂଗ୍ରେସ କହିଛି । ଏତିକିବେଳେ ବିରୋଧୀଙ୍କୁ ଘେରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସେ ପୂର୍ବ ସରକାରଙ୍କୁ ଟାର୍ଗେଟ କରି ମନଇଛା କହିଛନ୍ତି । ସରକାର ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି । ଆଉ ମୁଁ ଏହାର ମୁକ ସାକ୍ଷୀ ରହିଛି ବୋଲି ଅପରାଜିତା କହିଛନ୍ତି । ଭୂଲ ବୁଝାମଣା ପାଇଁ ଆଜି ଏତେବଡ ଘଟଣା ଘଟିଲା ବୋଲି ଅପରାଜିତା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । କଂଗ୍ରେସ ଆନ୍ଦୋଳନ ସମ୍ପର୍କରେ ଅପରାଜିତା ଆଜି କିଛି କହିନଥିଲେ ମଧ୍ୟ ସେମାନଙ୍କୁ ବିରୋଧ କରିଛନ୍ତି । ଦଳୀୟ ସାଂସଦ ହୋଇ ସେ ଦଳ ପାଇଁ ଆଜି ବାହାରିଛନ୍ତି । ସୌମ୍ୟାଶ୍ରୀଙ୍କ ମୃତ୍ୟୁ ପାଇଁ କଂଗ୍ରେସ ଆଜି ଆନ୍ଦୋଳନ କରୁଛି । ହେଲେ ଗତ ସରକାରରେ ବହୁତ ବଡ ବଡ ଘଟଣା ଘଟିଥିଲା । କିନ୍ତୁ ବିଜେଡି ଓ କଂଗ୍ରେସ ସେହି କଥାକୁ ସେତେ ଗୁରୁତର ସହ ନେଇନଥିଲେ । ରାଜ୍ୟରେ ଏଭଳି ଘଟଣା ହେବା ଭୂଲ କଥା । କିନ୍ତୁ ବିଜେଡି ଓ କଂଗ୍ରେସ ଯେଉଁ କଥା କହୁଛନ୍ତି ତାହା ଆଦୌ ଭୂଲ ବୋଲି ସେ କହିଛନ୍ତି ।
BREAKING NEWS
- Vijay targets DMK: ‘ସମସ୍ତ ପ୍ରମାଣ ମୋ ଟେବୁଲ୍ରେ ଅଛି…’, ବିଧାନସଭାରେ କାହାକୁ ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ ବିଜୟ?
- ମଣିପୁରରେ ୩ ଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ, ଜାଣନ୍ତୁ କାହିଁକି…
- ପୁଣି ବଢିଲା ଅଶୋଧିତ ତୈଳ ମୂଲ୍ୟ; ଭାରତରେ ପଡିବ ପ୍ରଭାବ…
- ଲୋୟର ପିଏମଜିରେ ହଙ୍ଗାମା; ଗିରଫ ସଂଖ୍ୟା ୧୧୩କୁ ବୃଦ୍ଧି
- କଟକରୁ ୭୦ କୁଇଣ୍ଟାଲର ନକଲି ପନିର ଜବତ
- Homi Bhabha Cancer Hospital:ଜଟଣୀରେ କ୍ୟାନସର ହସ୍ପିଟାଲ ନିର୍ମାଣ ପାଇଁ ଅତିରିକ୍ତ ଅର୍ଥ ଯୋଗାଇବେ ରାଜ୍ୟ ସରକାର;ପୂର୍ବ ଭାରତର ରୋଗୀ ହେବେ ଉପକୃତ
- Jharsuguda–Bhubaneswar Flights: ଝାରସୁଗୁଡ଼ାରୁ ଭୁବନେଶ୍ୱର-ହାଇଦ୍ରାବାଦକୁ ବିମାନ ସେବା ଏହି ତାରିଖ ଯାଏଁ ବନ୍ଦ…ଜାଣନ୍ତୁ କାରଣ
- ହାତୀ କଙ୍କାଳ ଉଦ୍ଧାର ଘଟଣା:୨ ଦାନ୍ତ ଜବତ,୪ ଅଭିଯୁକ୍ତ ଗିରଫ
- ଦ୍ୱିତୀୟ ବନ୍ୟାରେ ବେହାଲ ବଡ଼ଚଣା;ପାନୀୟ ଜଳ ପାଇଁ ହାହାକାର,ରନ୍ଧା ଖାଦ୍ୟ ଦିଆଯାଉ ନଥିବା ଅଭିଯୋଗ
- MMDR ବିଲକୁ ବିରୋଧୀଙ୍କ ବିରୋଧ: ଜବାବ ରଖିଲେ ଖଣିମନ୍ତ୍ରୀ

Comments are closed.