Latest Odisha News

BREAKING NEWS

ଯୁବତୀଙ୍କ ଆଙ୍ଗୁଳିକୁ ୭ ଥର ଦଂଶନ କଲାଣି ସାପ

ହମୀରପୁର: ଉତରପ୍ରଦେଶର ହମୀରପୁରରେ ଏକ ଅବିଶ୍ୱସନୀୟ ଖବର ସମ୍ମୁଖକୁ ଆସିଛି । ଏଠାରେ ଜଣେ ଯୁବତୀଙ୍କୁ ସାପ ୭ ଥର ଦଂଶନ କରିଛି । ତାହା ପୁଣି ନିର୍ଦ୍ଦିଷ୍ଟ ଏକ ଆଙ୍ଗୁଳିକୁ, ବିଶ୍ୱାସ ହେଉ ନ ଥିଲେ ମଧ୍ୟ ଏହି ଘଟଣା ଏବେ ଚର୍ଚ୍ଚାର କାରଣ ସାଜିଛି । ସର୍ପ ଦଂଶନ ପରେ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଇଛନ୍ତି ଏବଂ ସେଠାରେ ବହୁତ କଷ୍ଟରେ ତାଙ୍କୁ ବଂଚାଯାଇଛି । ଭବାନୀଦୀନ ସୈନୀଙ୍କ ୧୬ ବର୍ଷର ଝିଅ ଡଲି କ୍ଷେତ୍ରରେ ଏହି ଘଟଣା ଘଟିଛି । ୩ ବର୍ଷ ମଧ୍ୟରେ ସାପ ତାଙ୍କୁ ୭ଥର ଦଂଶନ କରିଛି । ୧୩ ବର୍ଷ ବୟସରେ ସେ ଜମିରେ କାମ କରୁଥିବା ବେଳେ ପ୍ରଥମ ଥର ସାପ କାମୁଡିଥିଲା । ଏହା ପରେ ଭାଇଦୁଜ ଦିନ ପୂନର୍ବାର ସାପ ସେହି ଆଙ୍ଗୁଳିକୁ ଦଂଶନ କରିଥିଲା । ସେ ତାଙ୍କ ଭଉଣୀଙ୍କ ଶ୍ୱଶୂରଘରକୁ ଯାଇଥିଲେ, ସେଠାରେ ମଧ୍ୟ ସାପ ଦଂଶନ କରିଥିଲା ।

ବାରମ୍ବାର ଏହି ଘଟଣା ଘଟୁଥିବାରୁ ପରିବାର ଲୋକ ଚିନ୍ତାରେ ପଡି ଯାଇଛନ୍ତି । ଡଲୀ ସ୍ୱପ୍ନରେ ମଧ୍ୟ ସାପଙ୍କୁ ଦେଖୁଛନ୍ତି । ଗ୍ରାମବାସୀଙ୍କ ପରାମର୍ଶ କ୍ରମେ ପରିବାର ଲୋକ ତାନ୍ତ୍ରିକ ଏବଂ ଝଡଫୁଙ୍ଖା କରୁଥିବା ବ୍ୟକ୍ତିଙ୍କୁ ଦେଖାଇଥିଲେ ମଧ୍ୟ ଲାଭ କିଛି ହୋଇନି । ଡାକ୍ତରମାନେ ମଧ୍ୟ ଏହାର ପ୍ରକୃତ କାରଣ ଖୋଜି କରି ପାଉ ନାହାନ୍ତି । ଘଟଣାଟି ଏବେ ସମ୍ପୃକ୍ତ ଅଂଚଳରେ ଆଲୋଚନାର ବିଷୟ ହୋଇଛି ।

Comments are closed.