ଭୁବନେଶ୍ୱର: ‘ଓଡ଼ିଶା ବନ୍ଦ’ ପ୍ରଭାବରେ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲାଲୁଙ୍କ ସମେତ ବିରୋଧୀ ଦଳର ଅନେକ ନେତାଙ୍କୁ ଭୁବନେଶ୍ୱରରେ ପୋଲିସ ଦ୍ୱାରା ଅଟକ ରଖାଯାଇଛି।
ଫକୀର ମୋହନ (ଅଟୋନୋମସ) କଲେଜର ଜଣେ ୨୦ ବର୍ଷୀୟା ଛାତ୍ରୀଙ୍କୁ ଜଣେ ପ୍ରଫେସରଙ୍କ ଦ୍ୱାରା ଯୌନ ନିର୍ଯାତନା ଅଭିଯୋଗ ଏବଂ ପରବର୍ତ୍ତୀ ସମୟରେ ଅନୁଷ୍ଠାନିକ ଅବହେଳା ଯୋଗୁଁ ଆତ୍ମଦାହ ଘଟଣାରେ ଆଜି ରାଜ୍ୟବ୍ୟାପୀ ବନ୍ଦ ଡାକରା ଦିଆଯାଇଥିଲା। ଏହି ସମୟରେ ଭୁବନେଶ୍ଵରର ବିଭିନ୍ନ ସ୍ଥାନରେ ବହୁ ସଂଖ୍ୟକ କଂଗ୍ରେସ କର୍ମୀ ବିକ୍ଷୋଭ ପ୍ରଦର୍ଶନ ସହ ପିକେଟିଂ କରିଥିଲେ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରିବାକୁ ଚେଷ୍ଟା କରିବା ସମୟରେ ଅନେକ ପ୍ରଦର୍ଶନକାରୀ ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଥିଲା। ପ୍ରଦର୍ଶନକାରୀମାନେ ସୁରକ୍ଷା ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରିବା ସମୟରେ ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଅଟକ ମଧ୍ୟ ରଖାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
ତେବେ ରାଜ୍ୟ ସରକାର ପୀଡିତାଙ୍କୁ ନ୍ୟାୟ ଦେବାକୁ ଚାହୁଁନଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ମାନେ। ସେଥିପାଇଁ ଆମ ଉପରେ ବଳ ପ୍ରୟୋଗ କରାଯାଉଛି କିନ୍ତୁ ଆମେ ଭୟଭୀତ ହେବୁ ନାହିଁ ଏବଂ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଆମର ସ୍ୱର ଉଠାଇବା ଜାରି ରଖିବୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଜୟ ଲାଲୁ।
Comments are closed.