Latest Odisha News

BREAKING NEWS

ଚିନ୍ତାରେ ଗ୍ରାହକ; ଲକ୍ଷେ ଟପିଲା ସୁନା ଦର

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନାଦର । ପୁଣି ଲକ୍ଷେ ଟଙ୍କା ଟପିଛି ସୁନା ଦାମ୍‌ । ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୦,୦୪୦ ଟଙ୍କା ରହିଛି । ଗତକାଲି ୯୯,୩୮୦ ଟଙ୍କା ଥିଲା । ଏଥିରେ ୬୬୦ ଟଙ୍କା ବୃଦ୍ଧି ପାଇଛି ।

ଯଦି ଆପଣ ସୁନା, ରୂପା (ଅଳଙ୍କାର, ମୁଦ୍ରା ଏବଂ ବିସ୍କୁଟ) କିଣିବାକୁ ଯୋଜନା କରିଛନ୍ତି, ତେବେ ଦୈନିକ ସୁନା ମୂଲ୍ୟ ବିଷୟରେ ଅପଡେଟ ରଖନ୍ତୁ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍ ୯୧,୭୦୦ ଟଙ୍କା ରହିଛି । ଗତକାଲି ୯୧,୧୦୦ ଟଙ୍କା ଥିଲା । ଏଥିରେ ୬୦୦ ଟଙ୍କା ବୃଦ୍ଧି ପାଇଛି ।

ସେହିପରି ରୂପା ଦାମ୍‌ ମଧ୍ୟ ବଢିଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୬୦୦ ଟଙ୍କା ରହିଛି । ଗତକାଲି ୧୨,୩୯୦ ଟଙ୍କା ଥିଲା । ଏଥିରେ ୨୧୦ ଟଙ୍କା ବୃଦ୍ଧି ପାଇଛି ।

Comments are closed.