Latest Odisha News

BREAKING NEWS

ଆସୁଛି ଲଘୁଚାପ; ବିଭିନ୍ନ ଜିଲ୍ଲାକୁ ୟେଲୋ ସତର୍କତା

ଭୁବନେଶ୍ୱର: ଓଡ଼ିଶାର ପ୍ରାୟ ୯ଟି ଜିଲ୍ଲାରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ରହିଥିବା ନେଇ ଶନିବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି।

ଆଇଏମଡିର ଅପରାହ୍ନ ବୁଲେଟିନ ଅନୁଯାୟୀ,  ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ଦେଓଗଡ଼, ଢେଙ୍କାନାଳ, କନ୍ଧମାଳ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଏକ ହଳଦିଆ ସତର୍କତା ଜାରି କରାଯାଇଛି।

ଆଗାମୀ ତିନି ଘଣ୍ଟା ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ୩୦-୪୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବା ସହିତ ମଧ୍ୟମ ଧରଣର ବର୍ଷା ଏବଂ ବଜ୍ରପାତ ହୋଇପାରେ।

ଉଲ୍ଲେଖଯୋଗ୍ୟ, ଆସନ୍ତା ୨୨ରୁ ୨୪ ତାରିଖ ମଧ୍ଯରେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସମ୍ଭାବନା ରହିଛି। ଲଘୁଚାପଟି ଉତ୍ତର ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ। ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବ।ଫଳରେ ୨୩ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବଢିବ। ୨୬ ତାରିଖ ଯାଏଁ ରହିବ ବର୍ଷାର ପ୍ରଭାବ।

 

Comments are closed.