ନିଆମୀ: ଦକ୍ଷିଣ-ପଶ୍ଚିମ ନାଇଜରରେ ଏକ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଅପହରଣ ହୋଇଥିବା ନେଇ ଭାରତୀୟ ଦୂତାବାସ ପକ୍ଷରୁ ସୂଚନା ମିଳିଛି । ନାଇଜରର ଡୋସୋ ଅଞ୍ଚଳରେ ୧୫ ଜୁଲାଇରେ ଏକ ଜଘନ୍ୟ ଆତଙ୍କବାଦୀ ଆକ୍ରମଣରେ ଦୁଇ ଜଣ ଭାରତୀୟ ନାଗରିକଙ୍କ ଦୁଃଖଦ ମୃତ୍ୟୁ ହୋଇଥିଲା ଏବଂ ଜଣେ ଅପହରଣ ହୋଇଥିବା ନେଇ ଦୂତାବାସ ସୋସିଆଲ ମିଡିଆରେ ପୋଷ୍ଟ କରିଛି ।
ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ରାଜଧାନୀ ନିଆମୀ ଠାରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଡୋସୋରେ ଏକ ନିର୍ମାଣ ସ୍ଥଳକୁ ସୁରକ୍ଷା ଦେଉଥିବା ଏକ ସେନା ବାହିନୀ ଉପରେ ଅଜ୍ଞାତ ବନ୍ଧୁକଧାରୀ ଆକ୍ରମଣ କରିଥିଲେ । ଭାରତୀୟ ମିଶନ କହିଛି ଯେ ଏହା ସ୍ଥାନୀୟ ପ୍ରଶାସନ ସହିତ ମିଶି ହତ୍ୟା କରାଯାଇଥିବା ଲୋକଙ୍କ ମୃତଦେହ ଘରକୁ ପଠାଇବା ପାଇଁ କାମ କରୁଛି । ଅପହୃତ ଭାରତୀୟଙ୍କ “ସୁରକ୍ଷିତ ମୁକ୍ତି” ସୁନିଶ୍ଚିତ କରିବା ପାଇଁ ମଧ୍ୟ ଦୂତାବାସ କାର୍ଯ୍ୟ କରୁଛି । ପଶ୍ଚିମ ଆଫ୍ରିକୀୟ ଦେଶରେ ଭାରତୀୟମାନଙ୍କୁ ସତର୍କ ରହିବାକୁ ମିଶନ ପରାମର୍ଶ ଦେଇଛି ।
Comments are closed.