Latest Odisha News

BREAKING NEWS

୨ ଗ୍ରାମବାସୀଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ

ମାଲକାନଗିରି: ପୁଣି ଆତଙ୍କ ଖେଳାଇଲେ ଲାଲବାହିନୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ତର୍ରେମ ଥାନା ଛଟୁବାଇ ଓ ବଡେ ତର୍ରେମ ଗାଁରେ ମାଓବାଦୀ ମାନେ ୨ ଜଣ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା କରିଥିବା ଖବର ସାମ୍ନାକୁ ଆସିଛି ।

ଦୁଇ ମୃତକ ହେଲେ ଛୁଟବାଇ ଗାଁର ୫୦ ବର୍ଷୀୟ ଯୋଗା କୱାସୀ ଓ ବଡେ ତରେମ ଗାଁର ୫୫ ବର୍ଷୀୟ ମଙ୍ଗଲୁ କୁରସମ । ଉଭୟଙ୍କୁ ଧାରୁଆ ଅସ୍ତ୍ରରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ । ତେବେ ପୋଲିସ ଇନଫର୍ମର ସନ୍ଦେହ କରି ହତ୍ୟା କରିଥିବା ସୂଚନା ରହିଛି ।

ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ଭୟର ବାତ୍ତାବରଣ ଦେଖିବାକୁ ମିଳିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

Comments are closed.