ନୂଆଦିଲ୍ଲୀ: ଲଣ୍ଡନ ଇସ୍କନ ରେଷ୍ଟୁରାଣ୍ଟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସେଠାରେ ଥିବା ଇସ୍କନର ଏକ ନିରାମିଷ ରେସ୍ତୋରାଁରେ ଜଣେ ବିଦେଶୀ ନାଗରିକ ଆମିଷ ଖାଉଥିବା ଦେଖିବାକୁ ମିଳିଛି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଭାଇରାଲ ଭିଡିଓରେ ଦେଖିବାକ ମିଳିଛି ଯେ, ଜଣେ ଅଣଭାରତୀୟ ଇସ୍କନର ପ୍ରସିଦ୍ଧ ନିରାମିଷ ରେଷ୍ଟୁରାଣ୍ଟ ଗୋବିନ୍ଦାରେ ପ୍ରବେଶ କରୁଛନ୍ତି । ତାପରେ ସେଠାରେ ଥିବା କର୍ମଚାରୀଙ୍କୁ ପଚାରୁଛନ୍ତି ଯେ ଏଠାରେ ନିରାମିଶ ମିଳୁଛି କି ନାହିଁ । କର୍ମଚାରୀ ମନା କରି କହିଥିଲେ ଯେ, ଏଠାରେ ବିନା ପିଆଜ ଆଉ ରସୁଣରେ ଖାଦ୍ୟ ମିଳୁଛି । ତା ପରେ ସେ ଏକ ପ୍ୟାକେଟରୁ ଚିକେନ ବାହାର କରି ସେଠାରେ ଥିବା ଏକ ଟେବୁଲ ଉପରେ ରଖି ଖାଇଥିଲେ ।
ଏହାପରେ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କ ମଧ୍ୟରୁ ଜଣେ ତାଙ୍କୁ କହିଥିଲେ, “କ୍ଷମା କରିବେ, ଆପଣ ଯାହା କରୁଛନ୍ତି ତାହା ଏହି ସ୍ଥାନର ନିୟମକୁ ଉଲ୍ଲଙ୍ଘନ କରୁଛି, ଏବଂ ଏହା ନ୍ୟାୟସଙ୍ଗତ ନୁହେଁ।” କିନ୍ତୁ, ସେହି ବ୍ୟକ୍ତି କିନ୍ତୁ ସେହି ଚେକିନକୁ ଖାଇଚାଲିଥିଲେ ତାଙ୍କ ଉପରେ କୌଣସି କଥାର ପ୍ରଭାବ ପଡୁନଥିଲା । ଏହା ପରେ ସୁରକ୍ଷାକର୍ମୀଙ୍କୁ ଡକାଯାଇ ଥିଲା ଏବଂ ଶେଷରେ ତାଙ୍କୁ ସେଠାରୁ ବାହାର କରାଯାଇଥିଲା ।
ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଏହି ଭିଡିଓ ଉପରେ ଅନେକ ମତ ପ୍ରକାଶ କରିଛନ୍ତି । ଜଣେ କ୍ଷୋଭ ପ୍ରକାଶ କରି ଲେଖିଛନ୍ତି ଯେ, ଏହି କାର୍ଯ୍ୟ ଜାତିଗତ ଭାବେ ପ୍ରେରିତ ଥିଲା ନା ଧାର୍ମିକ ଭାବନାକୁ ଆଘାତ କରିବା ଲକ୍ଷ୍ୟରେ କରାଯାଇଥିଲା । ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି, “ଯେକୌଣସି ରେଷ୍ଟୁରାଣ୍ଟରେ ବାହାରୁ ଖାଦ୍ୟ ଆଣିବା ନିଷେଧ ।
ଆଉ ଜଣେ ବ୍ୟବହାରକାରୀ ଲେଖିଛନ୍ତି … ଇସ୍କନକୁ ମାଂସ ଆଣିବା କେବଳ ଅସମ୍ମାନଜନକ ନୁହେଁ ବରଂ ଆମେ ଯେଉଁ ନୀତିଗୁଡ଼ିକୁ ପାଳନ କରୁଛୁ ତାହା ଉପରେ ଆକ୍ରମଣ। ପବିତ୍ରତା ବଜାୟ ରଖିବା ପାଇଁ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ । ସେହିପରି ଆଉ ଜଣେ କହିଛନ୍ତି, ଆଶା କରୁଛି ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ଅଭିଯୋଗ ଦାୟର କରାଯାଇଛି । ତାଙ୍କୁ ଗିରଫ କରାଯିବ ।
Comments are closed.