Latest Odisha News

BREAKING NEWS

ଭୟଙ୍କର ଏନାବେଲ କଣ୍ଢେଇ ହଜିଯାଇଛି, ହବକି କିଛି ଅଘଟଣ

ଆପଣମାନେ ଯଦି ଭୂତପ୍ରେତଙ୍କୁ ବିଶ୍ୱାସ କରନ୍ତି ତେବେ ଏହି ଖବର ଆପଣଙ୍କୁ ଚିନ୍ତାରେ ପକାଇପାରେ । ରହସ୍ୟମୟ ଓ ଅଘଟଣ ଘଟାଉଥିବା ଏନାବେଲ କଣ୍ଢେଇ ପୂନର୍ବାର ହଜି ଯାଇଛି । ୧୯୭୦ରୁ ଏହି ଘଟଣାର ପୂନରାବୃତି ଘଟି ଚାଲିଛି । ନିକଟରେ ପ୍ୟାରାନର୍ମାଲ ଇନଭେଷ୍ଟିଗେଟର ଡ୍ୟାନ ରିଭେରାଙ୍କ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ଘଟିଥିଲା । ମୃତ୍ୟୁ ପୂର୍ବରୁ ସେ ଡେଭିଲ୍ସ ଅନ ଦି ରନ ଟୁର ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରୁଥିଲେ । ଏଥିରେ ବିଭିନ୍ନ ପ୍ରକାରର ଭୂତ, ପ୍ରେତ ସମ୍ପର୍କୀତ ତଥ୍ୟ ପ୍ରଦାନ କରାଯାଇଥିଲା । ଏନାବେଲ କଣ୍ଢେଇ ମଧ୍ୟ ସେଠାରେ ରଖା ଯାଇଥିଲା । ରିଭେରାଙ୍କ ମୃତ୍ୟୁ ପରେ ଲୋକେ ତାଙ୍କ ଘରକୁ ଯାଇଥିଲେ । ସେଠାରେ ଏନାବେଲ ଡଲ ନ ଥିଲା ।

ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁସାରେ ୧୯୭୦ରେ ନର୍ସିଂ ଛାତ୍ରୀ ଡୋନାଙ୍କୁ ଏହି କଣ୍ଢେଇ କେହି ଜଣେ ଉପହାର ଦେଇଥିଲେ । ଡୋନା ଏବଂ ତାଙ୍କ ପରିବାର ସଦସ୍ୟ ଏହା ପରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ପରେ ଏହି କଣ୍ଢେଇକୁ ଏକ କାଚ ଡବା ମଧ୍ୟରେ ରଖା ଯାଇ କନେକ୍ଟିକକଟ ମ୍ୟୁଜିୟମକୁ ଦିଆ ଯାଇଥିଲା । ସେବେଠାରୁ ଏହା କାଚର ଡବା ମଧ୍ୟରେ ରହୁଥିଲା । ରିଭେରାଙ୍କ ମୃତ୍ୟୁ ପରେ କଣ୍ଢେଇ ହଜିବା ଅନେକଙ୍କୁ ଚିନ୍ତାରେ ପକାଇଛି । ରିଭେରାଙ୍କ ସଂଗଠନର ଅନ୍ୟ ସଦସ୍ୟମାନେ ଏହି କଣ୍ଢେଇକୁ ଖୋଜିବାରେ ଲାଗିଛନ୍ତି ।

Comments are closed.