Latest Odisha News

BREAKING NEWS

ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ବିମାନବନ୍ଦରକୁ ବୋମା ଧମକ ମିଳିଛି। ଅହମ୍ମଦାବାଦ ବିମାନବନ୍ଦରରେ ବୋମା ଥିବା ନେଇ କ୍ରାଇମ୍ ବ୍ରାଞ୍ଚକୁ ଏକ ଇମେଲ୍ ମିଳିଥିଲା।

ଅହମ୍ମଦାବାଦ କ୍ରାଇମ୍ ବ୍ରାଞ୍ଚର ଯୁଗ୍ମ କମିଶନର ଅଫ୍ ପୋଲିସ ଶରଦ ସିଂଘଲ କହିଛନ୍ତି ଯେ ବୋମା ସ୍କ୍ୱାଡ୍, ଅଗ୍ନିଶମ ବାହିନୀ ଏବଂ ପୋଲିସ ଯାଞ୍ଚର ଦାୟିତ୍ୱ ନେଇଛନ୍ତି। ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ଏପର୍ଯ୍ୟନ୍ତ କିଛି ସନ୍ଦେହଜନକ ସାମଗ୍ରୀ ମିଳିନାହିଁ।

ସେହିପରି ମଙ୍ଗଳବାର ଦିନ ମହାରାଷ୍ଟ୍ରର ନାଗପୁର ବିମାନବନ୍ଦରକୁ ମଧ୍ୟ ବୋମା ଧମକ ମିଳିଛି। ଜଣେ ବରିଷ୍ଠ ବିମାନବନ୍ଦର ଅଧିକାରୀ କହିଛନ୍ତି ଯେ ସର୍ଚ୍ଚ ସମୟରେ କିଛି ସନ୍ଦେହଜନକ ମିଳିନାହିଁ। ନାଗପୁର ବିମାନବନ୍ଦରରେ ବୋମା ଧମକ ବିଷୟରେ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଏକ ଇମେଲ୍ ମିଳିଥିଲା। ପରେ ଏହି ସୂଚନା ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଦିଆଯାଇଥିଲା।

ଯାହା ପରେ ଏକ କମିଟି ଧମକପୂର୍ଣ୍ଣ ଇମେଲର ଯାଞ୍ଚରେ ଲାଗିପଡିଥିଲେ। ପୋଲିସ ଏବଂ ବମ୍ ସ୍କ୍ବାଡ୍ ସମେତ ବିଭିନ୍ନ ସୁରକ୍ଷା ଏଜେନ୍ସି ଦ୍ୱାରା ସମସ୍ତ ଆବଶ୍ୟକୀୟ ତଦନ୍ତ କରାଯାଇଛି।

 

Comments are closed.