ଭୁବନେଶ୍ୱର: ଦେଶର ସ୍ୱଚ୍ଛ ସହର ସର୍ଭେରେ ଗଞ୍ଜାମ ଜିଲ୍ଲାର ଆସ୍କା ବିଜ୍ଞାପିତ ଅଞ୍ଚଳ ପରିଷଦ ଦ୍ୱିତୀୟ ସ୍ଥାନ ହାସଲ କରିଛି। ଚଳିତ ମାସ ୧୭ରେ ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୪-୨୫ ପ୍ରଦାନ କରିଛନ୍ତି।
ଆଜି ଲୋକସେବା ଭବନ ଠାରେ ଆସ୍କା ବିଧାୟକ ସରୋଜ କୁମାର ପାଢ଼ୀ ଏବଂ ଅଧ୍ୟକ୍ଷା ବିନୀତା ସ୍ୱାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିକଟରେ ଏହି ସାର୍ଟିଫିକେଟ ଓ ଟ୍ରଫି ପ୍ରଦର୍ଶନ କରିଥିଲେ। ମୁଖ୍ୟମନ୍ତ୍ରୀ ଏହି ସଫଳତା ପାଇଁ ଖୁସିବ୍ୟକ୍ତ କରିବା ସହିତ ଉଭୟ ବିଧାୟକ ଓ ଅଧ୍ୟକ୍ଷାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏହିପରି ସ୍ୱଚ୍ଛ ଅଭିଯାନ ଜାରି ରଖି ପ୍ରଥମ ସ୍ଥାନ ହାସଲ କରିବା ପାଇଁ ଉଦ୍ୟମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ।
ସୂଚନାଯୋଗ୍ୟ ଯେ, ୨୦ ହଜାରରୁ ୫୦ ହଜାର ଜନସଂଖ୍ୟା ବିଶିଷ୍ଟ କ୍ୟାଟେଗୋରିରେ ଗଞ୍ଜାମ ଜିଲ୍ଲାର ଆସ୍କା, ଦେଶରେ ସ୍ୱଚ୍ଛ ସହର ଭାବେ ଦ୍ୱିତୀୟ ସ୍ଥାନ ହାସଲ କରି ଏହି ପୁରସ୍କାର ପାଇଛି।
Comments are closed.