ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ମହାନଗର ନିଗମ (ବିଏମସି) କାର୍ଯ୍ୟନିର୍ବାହୀ ଯନ୍ତ୍ରୀ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ୪ଟି ସ୍ଥାନରେ ଚଢାଉ ଚାଲିଛି । ଭୁବନେଶ୍ୱର ଭିଜିଲାନ୍ସ ସ୍ୱତନ୍ତ୍ର ଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଆଜି ସକାଳୁ ସକାଳୁ ଏହି ଚାଢାଉ ଚାଲିଛି ।
ଭୁବନେଶ୍ୱର ବଡ଼ଗଡ଼ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ବିଏମସି ଅଫିସ ସମେତ ବଡ଼ଗଡ଼ ବ୍ରିଟ୍ କଲୋନୀରେ ଥିବା ତିନିମହଲା ଘର, ବାଲିଅନ୍ତା ଫାର୍ମହାଉସ, ରାୟଗଡ଼ା ଗୁଣୁପୁରରେ ଥିବା ପୈତୃକ ଘର ରେଡ୍ କରାଯାଉଛି । ଭିଜିଲାନ୍ସ ବିଭାଗର ୨ ଜଣ ଏସପିଙ୍କ ସମେତ ୧୦ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ପ୍ରମୂଖ ଏହି ଚଢାଉରେ ସାମିଲ ରହିଛନ୍ତି ।
Comments are closed.