ମୁମ୍ବାଇ: ସୈୟାରା ଏବେ ପୂରା ଦେଶକୁ ବିଭୋର କରିଛି । ସୈୟାରା ଗୀତରେ ଛୁମୁଛି ସାରା ବିଶ୍ବ । ମୋହିତ ସୁରିଙ୍କ ଫିଲ୍ମ ‘ସୈୟାରା’ ୫ମ ଦିନରେ ୧୩୨ କୋଟି ପାର୍ କରିଛି । ଯାହା ବୋଧେ ବଲିଉଡରେ କୌଣସି ଡେବ୍ୟୁଡାଣ୍ଟ ଫିଲ୍ଣରେ ପ୍ରଥମ । ଆଉ ପ୍ରଥମ ସପ୍ତାହର ୪ ଦିନରେ ହିଁ ୧୦୦ କୋଟି କଲେକ୍ସନ । ଯାହା ଏବେ ୨୦୨୫ର ହିଟ୍ ସିନେମାର ଏକ ବଡ ନାମ ପାଲଟିଛି । ଫିଲ୍ମର ଉତ୍କୃଷ୍ଟ ପ୍ରଦର୍ଶନକୁ ନେଇ ସବୁଠି ଆଲୋଚନା ହେଉଛି । ଲୋକଙ୍କ ମନରେ ସିନେମାର କାହାଣୀ ନେଇ ଯେତିକି ଉତ୍ସାହ ରହିଛି, ଲାଗୁଛି ଫିଲ୍ମଟି ଆହୁରି ଅନେକ ରେକର୍ଡ କରିବାକୁ ଯାଉଛି । ତଥାପି ସିନେମା ରିଲିଜର ୬ଷ୍ଠ ଦିନରେ ହିଁ ଗତ ୫୦ ବର୍ଷ ସିନେମାରେ ଏକ ନୂଆ ମାଇଲଖୁଣ୍ଟ ସେଟ୍ କରିଛି ।
ଏହି ସବୁ କ୍ଷେତ୍ରରେ ‘ସୈୟାରା’ ନମ୍ବର-୧…
ପ୍ରଥମ ସପ୍ତାହାନ୍ତରେ ଫିଲ୍ମଟି ଅନେକ ରେକର୍ଡ କରିଛି । ଯାହା ବୋଧେ ଭବିଷ୍ୟତରେ କୌଣସି ନୂତନ କଳାକାରଙ୍କ ଦ୍ବାରା ଭାଙ୍ଗିବା କଷ୍ଟକର ହେବ। ରିପୋର୍ଟ ଅନୁସାରେ, ଫିଲ୍ମଟି ପ୍ରଥମ ସପ୍ତାହାନ୍ତରେ ୮୪ କୋଟି ଟଙ୍କାର ବ୍ୟବସାୟ କରିଥିଲା । ୧୯୭୩ରେ ସିନେମା ବବିଠାରୁ ଆରମ୍ଭ କରି ୨୦୦୦ରେ ରିଫ୍ୟୁଜି ଏବଂ କହୋ ନା ପ୍ୟାର୍ ହେ ପର୍ଯ୍ୟନ୍ତ, କୌଣସି ଡେବ୍ୟୁଟାଣ୍ଟଙ୍କ ଫିଲ୍ମ ଏତେ ବଡ଼ ଓପନିଂ ନେଇ ନଥିଲା। ଏହା ପୂର୍ବରୁ କେବଳ ଅଭିଷେକ ବଚ୍ଚନଙ୍କ ଫିଲ୍ମ “ରିଫ୍ୟୁଜି” ସବୁଠାରୁ ବଡ ଓପନର ଥିଲା, ଯାହା ୧.୫୨ କୋଟି ଟଙ୍କା ରୋଜଗାର କରିଥିଲା। ଆଉ”ସୈୟାରା” ପ୍ରଥମ ଦିନରେ ହିଁ ୨୨ କୋଟି ଟଙ୍କା ରୋଜଗାର କରି ଏହି ତାଲିକାର ପ୍ରଥମ ସ୍ଥାନରେ ପହଞ୍ଚିଥିଲା । “ସୈୟାରା” ମଧ୍ୟ ପ୍ରଥମ ସପ୍ତାହାନ୍ତରେ ୮୪ କୋଟି ଟଙ୍କା ରୋଜଗାର କରି ସର୍ବାଧିକ ରୋମାଣ୍ଟିକ ଫିଲ୍ମ ତାଲିକାରେ ସ୍ଥାନ ପାଇଛି। ଯାହା ଶାହରୁଖ ଖାନଙ୍କ “ଜବ୍ ତକ୍ ହୈ ଜାନ୍” ର ପ୍ରଥମ ସପ୍ତାହାନ୍ତ କଲେକ୍ସନକୁ ୮୧ କୋଟି ଟଙ୍କାକୁ ପଛରେ ପକାଇ ଦେଇଛି । ଏଥିସହିତ ଏହି ଫିଲ୍ମ ନିର୍ଦ୍ଦେଶକ ମୋହିତ ସୁରିଙ୍କ କ୍ୟାରିଅରରେ ସବୁଠାରୁ ବଡ ଓପନିଂ ସହିତ ଫିଲ୍ମ ତାଲିକାରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଏହା ପୂର୍ବରୁ ମୋହିତଙ୍କ “ଏକ୍ ଭିଲେନ୍” ପ୍ରଥମ ସ୍ଥାନରେ ଥିଲା, ଯାହା ପ୍ରଥମ ଦିନରେ ୧୬.୭୦ କୋଟି ଟଙ୍କା ରୋଜଗାର କରିଥିଲା । ପ୍ରଥମ ସପ୍ତାହାନ୍ତରେ ୧୧୯ କୋଟି ଟଙ୍କା ରୋଜଗାର କରି, ଏହି ଫିଲ୍ମଟି ପ୍ରଥମ ବଲିଉଡ୍ ଫିଲ୍ମ ମଧ୍ୟ ହୋଇଛି ଯାହା ଏକ ଲଭ୍ ଷ୍ଟୋରୀ ହେବା ସତ୍ତ୍ୱେ, ପ୍ରଥମ ସପ୍ତାହାନ୍ତରେ ସାରା ବିଶ୍ୱରେ ୧୦୦ କୋଟିରୁ ଅଧିକ ରୋଜଗାର କରିଛି ।
ମନକୁ ଛୁଇଁଛି ‘ସୈୟାରା
ମୋହିତ ସୁରିଙ୍କ ଲଭ୍ ଷ୍ଟୋରୀ ସିନେମା ସବୁବେଳେ ଦର୍ଶକଙ୍କୁ ବିମୋହିତ କରିଥାଏ । ଯାହାର ଝଲକ ତାଙ୍କର ସବୁ ସିନେମାରେ ଦେଖିବାକୁ ମିଳିଥିବା ବେଳେ ଏଥର ସୈୟାରାରେ ସେ ସମାନ ଡାଞ୍ଚରା ଆପାଣାଇଛନ୍ତି, କେବଳ ନୂଆ ଚେହେରାକୁ ଛାଡିଦେଲେ । ହେଲେ ସବୁଠୁ ଆଶ୍ବର୍ଯ୍ୟର କଥା ହେଉଛି, ନୂଆ ଚେହେରା ସହିତ ଓଲଡ ସ୍କୁଲ ଲଭ୍ ଷ୍ଟୋରୀ ଜେନଜିଙ୍କୁ ବେଶ୍ ପ୍ରଭାବିତ କରିଛି । ଯାହା ଏତେ ମାତ୍ରାର ଆଜିର ଯୁବ ପିଢିଙ୍କ ମନକୁ ଛଇଁଛି ଯେ, ସୈୟାରା ଦେଖିବା ପରେ କେଉଁଠି ଦର୍ଶକ କାନ୍ଦି ପକାଇଲଣି ତ ଆଉ କେଉଁଠି ଅଚେତ ହେଲେଣି, ପୂରା ସିନେମା ହଲରେ ଏହାର ତାତି ଦେଖିବାକୁ ମିଳୁଛି । ଫିଲ୍ମର ଚର୍ଚ୍ଚା ଏତେ ବଢ଼ିଯାଇଛି ଯେ ଥିଏଟରରେ ଲୋକମାନେ କେବଳ ଏହାର ଗୀତରେ ନାଚୁନାହାନ୍ତି ବରଂ ନିଜର ଲୁହ ମଧ୍ୟ ଗଡ଼ାଉଛନ୍ତି। ଯାହା ସମସ୍ତଙ୍କୁ ଅବାକ୍ କରିଥିବା ବେଳେ ଏହା ସ୍ପଷ୍ଟ ଯେ, ଗତ କେଇ ବର୍ଷ ମଧ୍ୟରେ ବଡ ବଡ ମେଗା ବଜେଟ୍ ସିନେମା, ଆକ୍ସନ ଥ୍ରିଲର ମଧ୍ୟରେ ଦର୍ଶକମାନେ ଏଭଳି ଏକ ରୋମାଣ୍ଟିକ ଫିଲ୍ମ ପାଇଁ ଅପେକ୍ଷା କରିଥିଲେ । ତେବେ ସୈୟାରାର ଉତ୍କୃଷ୍ଟ ଗୀତ, ଆହାନ-ଅନୀତଙ୍କ ଡିପ୍ ଏବଂ ଇଣ୍ଟେନସ୍ ଲଭ୍ ଷ୍ଟୋରୀ ଏବଂ ସମାନ ପ୍ରମୋସନ୍ ରଣନୀତି ଠାରୁ ଟିକେ ହଟକେ, ଏହି ସିନେମାକୁ ଅଧିକ ସ୍ବତନ୍ତ୍ର କରିଛି ।
ଛୋଟ ବଜେଟ୍, ବଡ ଧମାକା
ମୋହିତ ସୁରିଙ୍କ ନିର୍ଦ୍ଦେଶିତ ଏବଂ ଆହାନ୍ ପାଣ୍ଡେ-ଅନିତ ପଡ୍ଡାଙ୍କ ଅଭିନୀତ ସିନେମା ସୈୟାରା ଏବେ ସାରା ବିଶ୍ବରେ ପ୍ରଶଂସିତ । ନୂଆ ଚେହେରା ସାଙ୍ଗକୁ ଏହି ଇଣ୍ଟେନସ୍ ଓଲ୍ଡ ସ୍କୁଲ୍ ଲଭ ଷ୍ଟୋରୀ ମାତ୍ର ୬୦ କୋଟି ବଜେଟରେ ନିର୍ମିତ ହୋଇଛି । କିନ୍ତୁ ଦ୍ବିତୀୟ ଦିନରେ ୮୪ କୋଟି ରୋଜଗାର କରି ହିଟ୍ କ୍ଲବରେ ସାମିଲ ହୋଇଥିଲା ସୈୟାରା । ଆଉ ଆଜି ଆଜି ୬ଷ୍ଠ ଦିନରେ ୧୩୨.୨୫ କୋଟିରେ ପହଞ୍ଚିଛି । ଏହି ୟଶ ରାଜ ଫିଲ୍ମସ୍ ଦ୍ୱାରା ପ୍ରଯୋଜିତ ଏହି ସିନେମାଟି ତାର ସପ୍ତାହକୁ ୧୬୦ରୁ ୧୬୫ କୋଟି ଟଙ୍କା ନେଟ୍ ସହିତ ଶେଷ କରିବ ବୋଲି ଆଶା କରାଯାଉଛି।
Comments are closed.