ନୂଆଦିଲ୍ଲୀ: ଏସିଆ କପ କ୍ରିକେଟ ୨୦୨୫କୁ ସମସ୍ତେ ବ୍ୟଗ୍ରତା ସହକାରେ ଅପେକ୍ଷା କରିଛନ୍ତି । ରିପୋର୍ଟ ମୁତାବକ ଚଳିତ ବର୍ଷ ସେପ୍ଟମ୍ବରରେ ଏହା ୟୁଏଇରେ ଆୟୋଜିତ ହୋଇପାରେ । ଯଦି ସବୁ କିଛି ଠିକ ଠାକ ରୁହେ ତେବେ ଭାରତ ଓ ପାକିସ୍ତାନ ମଧ୍ୟରେ ୩ ଥର ମୁକାବିଲା ହେବାର ସମ୍ଭାବନା ରହିଛି । ବିସିସିଆଇ ଓ ପିସିବି ମତଭେଦ ଯୋଗୁ ଏସିଆ କପ ଆୟୋଜନରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ଏଥରର ଏସିଆ କପ ଟି୨୦ ଫର୍ମାଟରେ ଖେଳାଯିବ । ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ରହିବା ଯଥେଷ୍ଟ ସମ୍ଭାବନା ରହିଛି ।
ଗ୍ରୁପ ଷ୍ଟେଜରେ ଉଭୟଦଳ ପରସ୍ପରକୁ ଭେଟିବେ । ଏହି ଦୁଇ ଦଳ ସୁପର ସିକ୍ସକୁ ଯିବା ସମ୍ଭାବନା ଅଧିକ ରହିଥିବାରୁ ସେଠାରେ ମଧ୍ୟ ସାମ୍ନାସାମ୍ନି ହୋଇ ପାରନ୍ତି । ଏହା ବ୍ୟତୀତ ଫାଇନାଲରେ ମଧ୍ୟ ଉଭୟ ଦଳ ଭେଟିବା ସମ୍ଭାବନା ରହିଛି । ନିକଟରେ ବିସିସିଆଇ ସେକ୍ରେଟାରୀ ଦେବଜିତ ସାଇକିଆ କହିଛନ୍ତି, ଉପାଧ୍ୟକ୍ଷ ରାଜୀବ ଶୁକ୍ଲା ଏସିସି ବୈଠକରେ ଅଂଶଗ୍ରହଣ କରିଥିଲେ । ଖୁବ ଶୀଘ୍ର ବିଧିବଦ୍ଧ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ଭାରତ ଓ ପାକିସ୍ତାନ ଶେଷ ଥର ପାଇଁ ପରସ୍ପରକୁ ଭେଟିଥିଲେ । ଭାରତ ଏହି ମ୍ୟାଚକୁ ୪୩ ରନରେ ଜିତି ନେଇଥିଲା ।
Comments are closed.