Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ;ଫାଇଲ୍‌ ପ୍ରୋସେସିଂ ପାଇଁ ନେଉଥିଲେ…

ଭୁବନେଶ୍ବର: କାର୍ଯ୍ୟରତ ଜୁନିୟର ରେଭେନ୍ୟୁ ଆସିଷ୍ଟାଣ୍ଟ ସୌରଭ ତ୍ରିପାଠୀ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜୁନିୟର ରେଭିନ୍ୟୁ ଆସିଷ୍ଟାଣ୍ଡ ସୌରଭ ତ୍ରିପାଠୀ ଫାଇଲ୍‌ ପ୍ରୋସେସିଂ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ ।

ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୨ଟି ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସୂଚନାଥାଉକି, ସୌରଭ ତ୍ରିପାଠୀ ଜଣେ ଆବେଦନକାରୀଙ୍କଠାରୁ ଦୀର୍ଘ ଦିନରୁ ଅଟକି ରହିଥିବା ଏକ ସାର୍ଟିଫିକେଟ୍ ମାମଲାର ଫାଇଲ ପ୍ରକ୍ରିୟାକରଣ ପାଇଁ ୩୦ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ। ବାରମ୍ବାର ଅନୁରୋଧ ସତ୍ତ୍ୱେ ସାର୍ଟିଫିକେଟ ଦେଉ ନଥିଲେ ସୌରଭ ତ୍ରିପାଠୀ । ଆବେଦନକାରୀ ଜଣକ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ।

ଏହାପରେ ଭିଜିଲାନ୍ସ ଦଳ ଆଜି ସୌରଭ ତ୍ରିପାଠୀଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲେ ଓ ଲାଞ୍ଚ ଟଙ୍କା ଅଭିଯୁକ୍ତଙ୍କ ନିକଟରୁ ଜବତ କରିଥିଲେ ।

Comments are closed.