ବଲାଙ୍ଗୀର: ଧାର୍ଯ୍ୟ ହେଲା ନୂଆଁଖାଇ ଲଗ୍ନ । ବଲାଙ୍ଗିର ପାଇଁ ବାହାରିଲା ଲଗ୍ନ । ଅଗଷ୍ଟ ୨୮ ଗୁରୁବାର ସକାଳ ୯ଟା ୪୭ରୁ ୧୧ଟା ୧୧ ଯାଏଁ ନବାନ୍ନ ଲାଗି ହେବ । ଇଷ୍ଟଦେବୀ ମା ପାଟଣେଶ୍ବରୀ ଓ ସମଲେଶ୍ବରୀଙ୍କ ନିକଟରେ ଲାଗି ହେବ ନବାନ୍ନ ।
ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସ ଠାରେ ରବିବାର ଏନେଇ ତାରିଖ ଓ ସମୟ ଘୋଷଣା କରିଛନ୍ତି ରାଜ ପୁରୋହିତ । ମା’ ପାଟଣେଶ୍ୱରୀ, ମା’ ସମଲେଶ୍ବରୀଙ୍କ ରାଶି ନକ୍ଷତ୍ର ସହ ପାଟଣା ମହାରାଜଙ୍କ ରାଶି ନକ୍ଷତ୍ର ଅନୁଯାୟୀ ପଣ୍ଡିତ ମହାସଭାରେ ଲଗ୍ନ ଧାର୍ଯ୍ୟ ନିର୍ଦ୍ଧାରିତ ହୋଇଛି । ପ୍ରତିବର୍ଷ ବଲାଙ୍ଗିର ଜିଲ୍ଲାରେ ପ୍ରଥମେ ଧାର୍ଯ୍ୟ ହୋଇଥାଏ ନୂଆଁଖାଇ ଲଗ୍ନ ।
Comments are closed.