ରାଉରକେଲା:ଓଡ଼ିଶା ସୀମାନ୍ତ ଝାଡ଼ଖଣ୍ଡର ଚାଇବାସା ଜିଲ୍ଲାରେ ନକ୍ସଲମାନଙ୍କୁ ଏକ ବଡ଼ ଝଟକା ଲାଗିଛି। ନକ୍ସଲମାନେ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ କିଣିବା ପାଇଁ ସରଣ୍ଡା ଜଙ୍ଗଲରେ ମାଟି ତଳେ ଲୁଚାଇ ରଖିଥିବା ପ୍ରାୟ ୩୫ ଲକ୍ଷ ଟଙ୍କା ଉଦ୍ଧାର କରିଛନ୍ତି ସୁରକ୍ଷା ବାହିନୀ। ସମସ୍ତ ଟଙ୍କା ଏକ ଷ୍ଟିଲ୍ କ୍ୟାନରେ ରଖାଯାଇ ମାଟିରେ ପୋତାଯାଇଥିଲା।
ଝାଡ଼ଖଣ୍ଡର ଚାଇବାସାର କରାଇକାଲ ଜଙ୍ଗଲ ଅଞ୍ଚଳରେ ଜାଗୁଆର ଏବଂ କେନ୍ଦ୍ରୀୟ ବାହିନୀର ଯବାନମାନେ ଗୋଇନ୍ଦା ବିଭାଗ ସୂଚନା ଆଧାରରେ ଏହି ଟଙ୍କା ଉଦ୍ଧାର କରିଛି।
ସୁରକ୍ଷା ବାହିନୀ ସୂଚନା ପାଇଥିଲା ଯେ ନକ୍ସଲମାନେ ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଟଙ୍କା ସଂଗ୍ରହ କରୁଛନ୍ତି । ଏହି ସୂଚନା ଆଧାରରେ, କରାଇକାଲ ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା। ସର୍ଚ୍ଚ ଅପରେସନ ସମୟରେ, ଜଙ୍ଗଲ ଅଞ୍ଚଳରେ ଲୁଚାଇ ରଖାଯାଇଥିବା ୩୫ଲକ୍ଷ ଟଙ୍କା ଉଦ୍ଧାର କରାଯାଇଥିଲା । ଏହି ସୂଚନା ଦେଇଛନ୍ତି ରାଞ୍ଚି ରେଞ୍ଜର ଆଇଜି ।
ଉଦ୍ଧାର ଟଙ୍କାର ବଣ୍ଡଲଗୁଡ଼ିକ କାଗଜ ଏବଂ ପ୍ଲାଷ୍ଟିକରେ ଗୁଡ଼ାଯାଇଛି। ମୋଟ ୩୫ଟି ପୃଥକ ବଣ୍ଡଲ ଅଛି।
Comments are closed.