Latest Odisha News

BREAKING NEWS

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ

ତାଳଚେର: ତାଳଚେରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ୩ ଗିରଫ । ଗିରଫ ମାନଙ୍କ ଭିତରେ ରହିଛନ୍ତି ୩ ଜଣ ସାମ୍ବାଦିକ ମନୀଲ ମହାରଣା, ଆନମ ନାଜ ଓ ସାହିଦ୍ ଖାନ୍ । ୩ ଜଣ ସାମ୍ବାଦିକଙ୍କୁ ଗିରଫ କଲା ତାଳଚେର ପୋଲିସ । ସାମ୍ବାଦିକଙ୍କୁ ଆକ୍ରମଣ ଅଭିଯୋଗରେ ଏମାନଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଲେ ଏସଡିପିଓ ।

ଏହି ବିଶୃଙ୍ଖଳିତ କାର୍ଯ୍ୟ ପରେ ମନୀଲଙ୍କ ନିଯୁକ୍ତିକୁ ରଦ୍ଦ କରିଛି ଜାତୀୟ ଗଣମାଧ୍ୟମ । ଗିରଫ ସାମ୍ବାଦିକ ଆନମ ନାଜ ମଧ୍ୟ କାଲି ଏତଲା କରିଥିଲେ । ଆହତ ସାମ୍ବାଦିକ ରବୀନ୍ଦ୍ର ସେଠ୍‌ଙ୍କ ନାଁରେ ଏତଲା କରିଥିଲେ ଆନମ ।

ସୂଚନାଯୋଗ୍ୟ ସାମ୍ବାଦିକ ମନୀଲ ମହାରଣା ଏବଂ ଏକ ଓ୍ବେବ ପୋର୍ଟାଲରେ କାର୍ଯ୍ୟରତ ସାମ୍ବାଦିକ ରବୀନ୍ଦ୍ର ସେଠଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଶନିବାର ରାସ୍ତା ମଝିରେ ଗଣ୍ଡଗୋଳ ସହ ମାରପିଟ୍ ହୋଇଥିଲା । ଏଥିରେ ସାମ୍ବାଦିକ ରବୀନ୍ଦ୍ର ସେଠ୍ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ତାଳଚେର ଓ ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଉଭୟଙ୍କ ମାରପିଟ୍ ସମୟର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା । ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ସମ୍ପୃକ୍ତ ଥିବା ୩ ଜଣଙ୍କୁ ଗିରଫ କରିଛି ।

Comments are closed.