Latest Odisha News

BREAKING NEWS

ଏମ୍ସରେ ଅସଦାଚରଣ ଘଟଣା; ନର୍ସିଂ ଅଫିସର୍ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା । ଅଭିଯୁକ୍ତ ନର୍ସିଂ ଅଫିସର୍‌ ନାନୁ ରାମ ଚୌଧୁରୀ ଗିରଫ । ଅଭିଯୁକ୍ତକୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସୋମବାର ଅସଦାଚରଣ ଅଭିଯୋଗ ଆଣିଥିଲେ ଆଟେଣ୍ଡାଣ୍ଟ । ଏନେଇ ସେ ଖଣ୍ଡଗିରି ଥାନାରେ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ।

ସୂଚନାଯୋଗ୍ୟ, ରବିବାର ବିଳମ୍ବିତ ରାତି ପ୍ରାୟ ୧.୩୦ ବେଳେ ନର୍ସିଂ ଅଫିସର ନାନୁରାମ ଚୌଧୁରୀ ୱାର୍ଡରେ ଥିବା ଡାକ୍ତର ଚାମ୍ବରକୁ ଡାକି ପୀଡ଼ିତାଙ୍କ ସହ ଅଶଳୀନ ବ୍ୟବହାର କରିଥିଲେ ବୋଲି ମହିଳା ଆଟେଣ୍ଡାଣ୍ଟ୍‌ ଜଣଙ୍କ ଏତଲାରେ ଦର୍ଶାଇଥିଲେ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା (ନଂ.୫୧୪/୨୦୨୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ।

ସୋମବାର ଏମ୍ସ ମୁଖ୍ୟ ଫାଟକ ନିକଟରେ ଅଭିଯୁକ୍ତଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି ସହ ପୀଡିତାଙ୍କୁ ନ୍ୟାୟ ଦେବାକୁ ନେଇ ମହିଳା ଆଟେଣ୍ଡାଣ୍ଟ୍‌ ଓ ତାଙ୍କ ସହକର୍ମୀମାନେ ଧାରଣା ଦେଇଥିଲେ । ଏହାପରେ ଖଣ୍ଡଗିରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବା ସହ ପରିସ୍ଥିତିକୁ ଆୟତ୍ତକୁ ଆଣିଥିଲା । ଏହାପରେ ପୋଲିସ ଏହି ମାମଲରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥିଲା ।

 

Comments are closed.