ମୁମ୍ବାଇ: ବଲିଉଡ୍ ଅଭିନେତା ଆମିର ଖାନଙ୍କୁ ନେଇ ବର୍ତ୍ତମାନ୍ ସୋସିଆଲ ମିଡ଼ିଆରେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୨୭ ଜୁଲାଇ ଦିନ ତିନୋଟି ପୋଲିସ ଗାଡ଼ି ସମେତ ଆଇପିଏସ୍ ଅଧିକାରୀ ମାନଙ୍କର ଏକ ବସ୍ ଆମିରଙ୍କ ଘରୁ ବାହାରକୁ ଯାଉଥିବାର ଦେଖାଯାଇଥିଲା।
ଜଣେ ଅଧିକାରୀ କହିଛନ୍ତି ଯେ ପ୍ରୋବେସନାରୀ ଆଇପିଏସ୍ ଅଧିକାରୀ ମାନେ ଆମିର ଖାନଙ୍କୁ ଭେଟିବାକୁ ଚାହୁଁଥିଲେ। ତେଣୁ ଆମିର ଖାନ ସେମାନଙ୍କୁ ତାଙ୍କ ଘରକୁ ନିମନ୍ତ୍ରଣ କରିଥିଲେ। ତେବେ ଆମିର ଗତ କିଛି ବର୍ଷ ମଧ୍ୟରେ ଅନେକ ବ୍ୟାଚ୍ ଆଇପିଏସ୍ ଅଧିକାରୀଙ୍କୁ ଭେଟି ଆସୁଥିବା ଜଣାପଡିଛି।୧୯୯୯ରେ ରିଲିଜ ହୋଇଥିବା ତାଙ୍କ ଫିଲ୍ମ ସରଫରୋଶ ପରେ ଅନେକ ଆଇପିଏସ୍ ଆମିରଙ୍କୁ ଭେଟିବାକୁ ଚାହୁଁଥିବା ନେଇ ଜଣାପଡ଼ିଛି।
ଆମିରଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ତାଙ୍କୁ ଶେଷ ଥର ପାଇଁ ଆରଏସ ପ୍ରସନ୍ନାଙ୍କ ନିର୍ଦ୍ଦେଶିତ “ସୀତାର ଜମିନ୍ ପର” ଫିଲ୍ମରେ ଦେଖିବାକୁ ମିଳିଥିଲା। ଏହି ଫିଲ୍ମରେ ଆମିର ନିଜେ ପ୍ରଯୋଜନା ଦେବା ସହ ଅପର୍ଣ୍ଣା ପୁରୋହିତ ଏବଂ ରବି ଭାଗଚନ୍ଦକା ମଧ୍ୟ ଏଥିରେ ପ୍ରଯୋଜନା କରିଛନ୍ତି। ଏହି ଫିଲ୍ମଟି ୨୦ ଜୁନରେ ସିନେମା ହଲରେ ମୁକ୍ତିଲାଭ କରିଥିଲା। ଏହି ଫିଲ୍ମକୁ ପ୍ରଶଂସକ ମାନେ ମଧ୍ୟ ପସନ୍ଦ କରିଥିଲ।
ତେବେ ଏହି ଫିଲ୍ମଟି ଜଣେ ବାସ୍କେଟବଲ୍ ଶିକ୍ଷକଙ୍କ ଉପରେ ଆଧାରିତ। ଯିଏକ ଦଶ ଜଣ ଭିନ୍ନକ୍ଷମ ଖେଳାଳିଙ୍କୁ ପ୍ରଶିକ୍ଷିତ କରିଛନ୍ତି। ଏହି ଫିଲ୍ମରେ ଆମିରଙ୍କ ସହ ଜେନେଲିଆ ଡି’ସୁଜାଙ୍କ ସମେତ ଅନେକ ନାମୀଦାମୀ କଳାକାର ମାନେ କାମ କରିଛନ୍ତି।
Comments are closed.