Latest Odisha News

BREAKING NEWS

ବିଜେପି ନୂଆ ରାଜ୍ୟ ସଭାପତି ଲାଗି ମତଦାନ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ବିଜେପିର ରାଜ୍ୟ ସଭାପତି ଚୟନ ଲାଗି ନିର୍ବାଚନ ପ୍ରକ୍ରିୟା ମଙ୍ଗଳବାର ଦିନ ଆରମ୍ଭ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ ୨ କେନ୍ଦ୍ରୀୟ ନେତା ବିନୟ ସହସ୍ରବୁଦେ୍ଧ ଓ ଆରପି ସିଂହ ବିଜେପିର ନୂତନ ରାଜ୍ୟ ସଭାପତି ଦୌଡରେ ରହିଛନ୍ତି । ଏହି ମାମଲା ଉପରେ ବରିଷ୍ଠ ବିଜେପି ନେତାମାନଙ୍କ ସହ ଆଲୋଚନା କରିବା ପାଇଁ ମଙ୍ଗଳବାର ଦିନ ସେମାନେ ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି ।

ପରବର୍ତ୍ତୀ ସମୟରେ ଦୁଇ କେନ୍ଦ୍ରୀୟ ପାର୍ଟି ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଜୀବ ପ୍ରତାପ ରୁଡି ଖୁବଶୀଘ୍ର ଓଡିଶା ଆସିବେ ବୋଲି ବିଜେପି ସୁତ୍ରରୁ ପ୍ରକାଶ । ଏଥିସହିତ ସେମାନଙ୍କ ଉପସ୍ଥିତିରେ ବିଜେପିର ନୂଆ ରାଜ୍ୟ ସଭାପତି ଚୟନ ହେବ ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ବସନ୍ତ ପଣ୍ଡା କଳାହାଣ୍ଡିରୁ ସାଂସଦ ଭାବେ ନିର୍ବାଚିତ ହେବାପରେ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦ ଖାଲି ହୋଇଥିଲା ।

Leave A Reply

Your email address will not be published.