ନୂଆଦିଲ୍ଲୀ: ଲୋକସଭାରେ ହଠାତ୍ ଉଠିଲା ଖାଦ୍ୟ ଚର୍ଚ୍ଚା। ଗୋରଖପୁରର ସାଂସଦ ତଥା ଭୋଜପୁରୀ ସୁପରଷ୍ଟାର ରବି କିଶନ ଜିରୋ ଆୱାରରେ ଉଠାଇଲେ ସମୋସା ବା ସିଙ୍ଗଡା ଓ ବଡ଼ା ପାଓର ଦର ପ୍ରସଙ୍ଗ। ଦରବୃଦ୍ଧି, ବେକାରୀ ଭଳି ଗୁରୁତର ବିଷୟ ମଧ୍ୟରେ ଏହା ଥିଲା ଏକ ଅଲଗା ଚର୍ଚ୍ଚା!
ରବି କିଶନ ମଜାଦାର ଢଙ୍ଗରେ କହିଥିଲେ, “ଢାବାରେ ଡାଲି ତଡ଼କା ୧୦୦ରୁ ୧୨୦ ଟଙ୍କା। ଫାଇଭ ଷ୍ଟାର ହୋଟେଲରେ ସେହି ଡାଲି ୧୦୦୦ ଟଙ୍କା! ସମୋସା କେଉଁଠି ୧୦ ଟଙ୍କା, ତ କେଉଁଠି ୧୦୦ ଟଙ୍କା!” ସେ ଅଭିଯୋଗ କଲେ, ଖାଦ୍ୟର ଗୁଣବତ୍ତା ଓ ଆକାରର କୌଣସି ମାନକ ନାହିଁ। ଏହା ଗ୍ରାହକଙ୍କ ସହ ଅନ୍ୟାୟ।
ରବି କିଶନ ସରକାରଙ୍କୁ ଏକ କଡ଼ା ଆଇନ ତିଆରି ପାଇଁ ଦାବି କରିଛନ୍ତି। ଖାଦ୍ୟର ମୂଲ୍ୟ, ପରିମାଣ ଓ ଗୁଣବତ୍ତା ନିୟନ୍ତ୍ରଣ ଆବଶ୍ୟକ। ସେ ପ୍ରସ୍ତାବ ଦେଇଛନ୍ତି, ମେନୁରେ କେବଳ ମୂଲ୍ୟ ନୁହେଁ, ଖାଦ୍ୟର ପରିମାଣ ଓ ବ୍ୟବହୃତ ତେଲର ତଥ୍ୟ ମଧ୍ୟ ଉଲ୍ଲେଖ ହେଉ। ଏହା ଗ୍ରାହକଙ୍କୁ ଠକାମିରୁ ରକ୍ଷା କରିବ।
ରବି କିଶନ କହିଥିଲେ, “କେଉଁଠି ସମୋସା ଏତେ ଛୋଟ ଯେ ଦୁଇ ଥର ଖାଇଲେ ଶେଷ। କେଉଁଠି ତେଲ ଏତେ ଯେ ଖାଇଲେ ପେଟ ଖରାପ!” ସେ ମଜା କରି କହିଥିଲେ, “ଲୋକେ ସମୋସା ଖାଉଛନ୍ତି ନା ତେଲ ଚାଖୁଛନ୍ତି?” ସେ ଦାବି କଲେ, ଏକ ଆଇନ ଖାଦ୍ୟର ମାନ ଓ ଦର ରୋକିବ। ପାଇଁ ତିଆରି ହେଉ। ଏହା ଗ୍ରାହକଙ୍କୁ ମଧ୍ୟ ଲାଭ ହେବ।
ରବି କିଶନ କେବଳ ଭୋଜପୁରୀ ସିନେମାର ହିରୋ ନୁହଁନ୍ତି। ସଂସଦରେ ମଧ୍ୟ ସେ ନିଜ ଶୈଳୀରେ ଛାପ ଛାଡ଼ୁଛନ୍ତି। ୨୦୨୩ରେ ସେ ୪୮୨ଟି ପ୍ରଶ୍ନ ପଚାରି ରେକର୍ଡ କରିଥିଲେ। ୨୦୨୫ରେ ତାଙ୍କୁ ସଂସଦ ରତ୍ନ ପୁରସ୍କାର ମିଳିଛି।
ରବି କିଶନଙ୍କ ଏହି ପ୍ରସ୍ତାବ ସଂସଦରେ ହସର ଖୋରାକ ଜମାଇଥିଲା। ସାଧାରଣ ଲୋକଙ୍କ ଜୀବନ ସହ ଜଡ଼ିତ ଏହି ମୁଦ୍ଦା ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା। ଏବେ ଦେଖିବାର କଥା, ସରକାର ଏହା ଉପରେ କ’ଣ ପଦକ୍ଷେପ ନେଉଛନ୍ତି। ସମୋସା ଓ ବଡ଼ା ପାଓର ମୂଲ୍ୟ ନେଇ ଆଇନ ଆସିବ କି ନାହିଁ, ତାହା ଏବେ ଚର୍ଚ୍ଚାର ବିଷୟ।
Comments are closed.