Latest Odisha News

BREAKING NEWS

ଆଇସିସି ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିବ ଟିମ ଇଣ୍ଡିଆ

ଲଣ୍ଡନ: ଭାରତୀୟ କ୍ରିକେଟ ଟିମ ଏବେ ଇଂଲଣ୍ଡ ଗସ୍ତରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଅନ୍ତିମ ମୁକାବିଲା ୩୧ ଜୁଲାଇରୁ ଦି ଓଭାଲରେ ଖେଳାଯାଉଛି । ଇତି ମଧ୍ୟରେ ଲର୍ଡସରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଭାରତକୁ ଦିଆ ଯାଇଥିବା ବଲକୁ ନେଇ ବିବାଦ ସୃଷ୍ଟି ହୋଇଛି । ଦ୍ୱିତୀୟ ନୂଆ ବଲ ଯେତେବେଳେ ବଦଳା ଯାଇଥିଲା ସେତେବେଳେ ୩୦-୩୫ ଓଭରର ପୁରୂଣା ବଲ ଦିଆଯାଇଥିଲା । ଯାହାକୁ ନେଇ ଟିମ ଇଣ୍ଡିଆ ମ୍ୟାନେଜମେଂଟ ଅସନ୍ତୁଷ୍ଟ ରହିଛି । ଏ ନେଇ ଟିମ ଇଣ୍ଡିଆ ଆଇସିସି ମ୍ୟାଚ ରେଫରୀଙ୍କ ନିକଟରେ ଅଭିଯୋଗ କରିବ ବୋଲି ରିପୋର୍ଟ ପ୍ରକାଶ ପାଇଛି । ନୂଆ ବଲ ବୋଲରଙ୍କୁ କିଛି ମାତ୍ରାରେ ଫାଇଦା ପ୍ରଦାନ କରିଥାଏ ।

ପୁରୂଣା ବଲ ବଦଳାଯିବାର ଫାଇଦା ଇଂଲଣ୍ଡକୁ ମିଳିଥିଲା । ୭ ୱିକେଟ ବିନିମୟରେ ୨୭୧ ରନ କରିଥିବା ଇଂଲଣ୍ଡ ୮ ୱିକେଟ ବଦଳରେ ୩୫୫ ରନ ସଂଗ୍ରହ କରିନେଇଥିଲା । ଫଳରେ ଭାରତ ୨୨ ରନରେ ମ୍ୟାଚ ହାରି ଯାଇଥିଲା । ଅବଶ୍ୟ ଭାରତ ଅଭିଯୋଗ କରିବ କି ନାହିଁ ସେ ନେଇ ବିଧିବଦ୍ଧ ଭାବେ କୌଣସି ବୟାନ ଜାରୀ କରାଯାଇ ନାହିଁ । ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୨-୧ରେ ଅଗ୍ରଣୀ ରହିଛି । ଅନ୍ତିମ ଟେଷ୍ଟରେ ଭାରତ ବିଜୟ ହାସଲ କଲେ ସିରିଜ ବରାବର ହେବ । ଅନ୍ୟଥା ଘରୋଇ ଦଳ ସିରିଜ ଜିତିନେବ ।

Comments are closed.