Latest Odisha News

BREAKING NEWS

ଓଡ଼ିଆ ସିନେମାର ଗର୍ବ: ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର!

ନୂଆଦିଲ୍ଲୀ: ଓଡ଼ିଆ ଚଳଚ୍ଚିତ୍ର ‘ପୁଷ୍କରା’ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ରେ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ମାନ୍ୟତା ପାଇଛି । ଏହା ଓଡ଼ିଶା ପାଇଁ ଏକ ଗର୍ବର ମୁହୂର୍ତ୍ତ। ଶୁଭ୍ରାଂଶୁ ଦାସଙ୍କ ନିର୍ଦ୍ଦେଶନାରେ ତିଆରି ‘ପୁଷ୍କର’ ଶଙ୍କର ତ୍ରିପାଠୀଙ୍କ ଉପନ୍ୟାସ ‘ନଦବିନ୍ଦୁ’ ଅବଲମ୍ବନରେ ନିର୍ମିତ। ତରଙ୍ଗ ସିନେ ପ୍ରୋଡ଼କସନସ୍ ପ୍ରଯୋଜିତ ଏହି ଚଳଚ୍ଚିତ୍ର ଓଡ଼ିଶାର ଗ୍ରାମୀଣ ପରମ୍ପରା, ପରିଚୟ ଓ ସାମାଜିକ ଚଳଣିକୁ ତିଆରି ହୋଇଥିଲା। ବିଭିନ୍ନ ଚଳଚ୍ଚିତ୍ର ଉତ୍ସବରେ ପ୍ରଶଂସା ପାଇଥିବା ଏହି ସିନେମା ଏବେ ଜାତୀୟ ସ୍ତରରେ ସର୍ବୋଚ୍ଚ ସମ୍ମାନ ପାଇଛି।

‘ପୁଷ୍କରା’ର ଏହି ସଫଳତା ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନୂଆ ଉତ୍ସାହ ଆଣିବ। ଏହା ଓଡ଼ିଶାର କାହାଣୀକୁ ଜାତୀୟ ସ୍ତରରେ ଚର୍ଚ୍ଚା ଯୋଗାଇଛି।  ଏହି ସିନେମାର ମୁଖ୍ୟ ନାୟକ ସବ୍ୟସାଚୀ ମିଶ୍ର କହିଛନ୍ତି, “ଜାତୀୟ ପୁରସ୍କାର ପାଇଥିବା ଏକ ଓଡ଼ିଆ ଚଳଚ୍ଚିତ୍ର ସହ ଜଡ଼ିତ ହେବା ମୋ ପାଇଁ ଗର୍ବର ବିଷୟ। ଏହା ମୋ ଜୀବନର ଅବିସ୍ମରଣୀୟ ମୁହୂର୍ତ୍ତ। ଖବର ଶୁଣି ମୋ ଆଖିରେ ଲୁହ ଆସିଗଲା।”

ସେ ଆହୁରି କହିଛନ୍ତି, “ତରଙ୍ଗ ସିନେ ପ୍ରୋଡ଼କସନସର ଏହା ଏକ ଚମତ୍କାର ପ୍ରୟାସ। ଓଡ଼ିଆ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ନଚାଲୁଥିବା ସମୟରେ ଏପରି ଚମତ୍କାର ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଏହା ସମ୍ମାନ ସହ ବ୍ୟବସାୟିକ ସଫଳତା ମଧ୍ୟ ପାଇଛି।”

ବଲିଉଡର ସୁପରଷ୍ଟାର ଶାହାରୁଖ ଖାନ ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ଜିତିଛନ୍ତି। ସେ ଓ ଅଭିନେତା ବିକ୍ରାନ୍ତ ମେସୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଶାହାରୁଖଙ୍କୁ ‘ଜବାନ’ରେ ଦମଦାର ଅଭିନୟ ଓ ବିକ୍ରାନ୍ତଙ୍କୁ ‘12th ଫେଲ’ରେ ସଫଳ ଅଭିନୟ ପାଇଁ ଏହି ସମ୍ମାନ ମିଳିଛି।

Comments are closed.