Latest Odisha News

ବ୍ରହ୍ମପୁରରେ ଏନକାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରହ୍ମପୁର: ବ୍ରହ୍ମପୁରରେ ଏନକାଉଣ୍ଟର। ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ନାହାକ ଆହତ ହୋଇଛି। ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ପିତାତଳି ନକିଟରେ ଏନକାଉଣ୍ଟର ହୋଇଛି।

ସୂଚନା ଅନୁସାରେ ସୁନୀଲ ନହାକ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଥିଲା ପୋଲିସ। ତାର ବାମଗୋଡରେ ଗୁଳି ବାଜିଛି । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୁନୀଲ ନାଁରେ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି । ହତ୍ୟା, ଡକାୟତି, ରାହାଜାନି, ଲୁଟ୍ ପରି ମାମଲାରେ ଜଡିତ ଥିଲା ସୁନୀଲ । ପୂର୍ବରୁ ଅନେକ ଥର ଜେଲ୍ ମଧ୍ୟ ଯାଇଛି। ଏବେ ନିମଖଣ୍ଡି ଥାନାର ଏକ ମାମଲାର ସୁନୀଲକୁ ଖୋଜୁଥିଲା ପୋଲିସ ।

Comments are closed.