ଟିଟିଲାଗଡ଼: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଲକ ବଡ଼ତେନ୍ତୁଳିଖୁଣ୍ଟି ଗ୍ରାମରେ ଅଘଟଣ । ଉକ୍ତ ଗ୍ରାମରେ ଥିବା ଉଚ୍ଚ ବିଦ୍ୟାଳୟରେ ଝିଟିପିଟି ପଡିଥିବା ମଧ୍ୟାହ୍ନଭୋଜନ ଖାଇବା ପରେ ୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅସୁସ୍ଥ ହୋଇପଡ଼ିଥିବା ଜଣାପଡ଼ିଛି ।
ତେବେ ଏହି ସମୟରେ ଆମ୍ବୁଲାନ୍ସ ବିଳମ୍ବରେ ପହଞ୍ଚିବାରୁ ଅଭିଭାବକ ମାନେ ସେମାନଙ୍କ ପିଲାମାନଙ୍କୁ ବାଧ୍ୟ ହେଇ ବାଇକରେ ଟିଟିଲାଗଡ଼ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ସମସ୍ତ ଛାତ୍ରଛାତ୍ରୀ ଚିକିତ୍ସାଧୀନ ଅଛନ୍ତି । ଏକ ଡାକ୍ତରୀ ଦଳ ସେମାନଙ୍କର ଚିକିତ୍ସା କରୁଛନ୍ତି ।
ଅନ୍ୟପକ୍ଷରେ ଆମ୍ବୁଲାନ୍ସ ପହଞ୍ଚିବାରେ ବିଳମ୍ବ ନେଇ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଛି ।
Comments are closed.