ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ ବୋର୍ଡ ବିଶ୍ୱ ଚାମ୍ପିୟନଶିପ ଅଫ ଲିଜେଣ୍ଡସରେ ଆଗକୁ ଆଉ ନ ଖେଳିବା ପାଇଁ ନିଷ୍ପତି ନେଇଛି । ଡବ୍ଲ୍ୟୁସିଏଲରେ ପାକିସ୍ତାନ ସହ ସେମିଫାଇନାଲ ଖେଳିବା ପାଇଁ ଭାରତ ମନା କରି ଦେଇଥିଲା । ଯାହାକୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗ୍ରୁପ ପର୍ଯ୍ୟାୟରେ ମଧ୍ୟ ଭାରତ ଖେଳିବା ପାଇଁ ରାଜି ହୋଇ ନ ଥିଲା । ପାକିସ୍ତାନ କ୍ରିକେଟ ବୋର୍ଡ ଭାରତକୁ ପଂଏଟ ଦିଆଯିବାକୁ ପକ୍ଷପାତିତା ବୋଲି କହିଛି । ଆତଙ୍କବାଦୀ ଆକ୍ରମଣ ଯୋଗୁ ଭାରତ ତାର ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ସହ ମ୍ୟାଚ ନ ଖେଳିବା ପାଇଁ ନିଷ୍ପତି ନେଇଥିଲା । ଭାରତୀୟ ଟିମରେ ଯୁବରାଜ ସିଂ, ଶିଖର ଧାୱନ, ହାଭଜନ ସିଂ ଓ ସୁରେଶ ରାଇନାଙ୍କ ପରି ଖେଳାଳି ରହିଥିଲେ ।
ଭାରତ ସେମିରୁ ଓହରିଯିବା ପରେ ପାକିସ୍ତାନ ସିଧାସଳଖ ଫାଇନାଲରେ ପଂହଚିଥିଲା । ଫାଇନାଲରେ ପାକିସ୍ତାନକୁ ହରାଇ ଦକ୍ଷିଣ ଆଫ୍ରିକା ଟିମ ଚାମ୍ପିୟନ ହୋଇଛି । ଆୟୋଜକଙ୍କୁ ମଧ୍ୟ ପିସିବି ସିଧାସଳଖ ସମାଲୋଚନା କରିଛି । ଯଦି କୌଣସି ପାକିସ୍ତାନ ଖେଳାଳି ଏଥିରେ ଖେଳେ ତେବେ ପ୍ରତିବନ୍ଧ ଲଗାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଆତଙ୍କବାଦୀ କାର୍ଯ୍ୟକଳାପ ଯୋଗୁ ପାକିସ୍ତାନ ବିଭିନ୍ନ କ୍ଷେତ୍ରରେ ସମାଲୋଚିତ ହେଉଛି । ଭାରତ ଆତଙ୍କବାଦୀ ଆକ୍ରମଣର ଜବାବ ଅପରେଶନ ସିନ୍ଦୂର ମାଧ୍ୟମରେ ଦେଇଥିଲା ।
Comments are closed.