Latest Odisha News

BREAKING NEWS

ସିରାଜଙ୍କୁ ୫ ୱିକେଟ: ସିରିଜ ଡ୍ର କଲା ଭାରତ

ଦି ଓଭାଏ: ଅନ୍ତିମ ଦିବସରେ ଇଂଲଣ୍ଡର ୪ଟି ୱିକେଟ ଅକ୍ତିଆର କରି ଭାରତ ୬ ରନରେ ୫ମ ଟେଷ୍ଟକୁ ଜିତି ନେଇଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଟିମ ଇଣ୍ଡିଆ ୨-୨ରେ ଡ୍ର ରଖିବାରେ ସଫଳ ହୋଇଛି । ମହମ୍ମଦ ସିରାଜ ଚମତ୍କାର ବୋଲିଂ ପ୍ରଦର୍ଶନ କରି ଭାରତ ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଇନିଂସରେ ୨୨୪ ରନ କରିଥିଲା । ଜବାବରେ ଇଂଲଣ୍ଡ ୨୪୭ ରନ କରି ପ୍ରଥମ ଇନିଂସରେ ୨୩ ରନର ଅଗ୍ରଣୀ ହାସଲ କରିଥିଲା । ଦ୍ୱିତୀୟ ଇନିଂସରେ ଭାରତ ୩୯୬ ରନ କରିବା ଫଳରେ ଇଂଲଣ୍ଡ ସମ୍ମୁଖରେ ୩୭୪ ରନର ବିଜୟ ଲକ୍ଷ୍ୟ ରହିଥିଲା । ଇଂଲଣ୍ଡ ୩୬୭ ରନ କରି ଅଲଆଉଟ ହୋଇ ଯାଇଥିଲା ।

ଏକଦା ଘରୋଇ ଦଳ ୩ ୱିକେଟ ବିନିମୟରେ ୩୦୦ ରନ କରି ସୁବିଧାଜନକ ସ୍ଥିତିରେ ରହିଥିଲେ । ଭାରତୀୟ ବୋଲର ସଫଳ ପ୍ରତ୍ୟାବର୍ତନ କରି ୩୫୪ ରନ ମଧ୍ୟରେ ବିପକ୍ଷ ଦଳର ୮ଟି ୱିକେଟ ଖସାଇ ଦେଇଥିଲେ । ୯ମ ୱିକେଟ ୩୫୭ ରନରେ ପଡିଥିଲା । ଗସ ଆଟିକିନସନ ଶେଷ ଭାଗରେ ଉଦ୍ୟମ କରିଥିଲେ ମଧ୍ୟ ସିରାଜ ତାଙ୍କୁ ଆଉଟ କରି ଭାରତକୁ ବିଜୟୀ କରାଇଥିଲେ । ଏହା ତାଙ୍କ କ୍ୟାରିୟରର ୨ୟ ୫ ୱିକେଟ ସଫଳତା । ପ୍ରସିଦ୍ଧ କ୍ରିଷ୍ଣା ୪ଟି ଏବଂ ଆକାଶଦୀପ ଗୋଟିଏ ୱିକେଟ ନେଇଥିଲେ । ସିରାଜଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା ।

Comments are closed.